www.samajalive.in
Sunday, December 7, 2025
16.1 C
Bhubaneswar

ରତ୍ନ ବେଦୀରୁ ଜନ୍ମ ବେଦୀକୁ ନବଦିନାତ୍ମକ ଯାତ୍ରା

ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ବପ୍ରସିଦ୍ଧ। ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରୁ ଆରମ୍ଭ ହୋଇ ଦଶମୀ ଯାଏ ଚାଲିଥାଏ ପ୍ରଭୁଙ୍କର ଏହି ନବଦିନାତ୍ମକ ଯାତ୍ରା। ରାତି ପାହିଲା ବେଳକୁ ଲୋକାରଣ୍ୟ ହୋଇଯାଇଥାଏ ବଡ଼ଦାଣ୍ଡ। ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଉଠେ ଗଗନ ପବନ। ସବୁ ହୋଇଯାଏ ଜଗନ୍ନାଥମୟ। ତାଳ, ମାଦଳ, ଘଣ୍ଟ, ଘଣ୍ଟା ଧ୍ବନିରେ ଉଛୁଳୁଥାଏ ବଡ଼ଦାଣ୍ଡ। ସକାଳ ରୀତିନୀତି ଶେଷ କରି ଭାଇ ଭଉଣୀଙ୍କୁ ସାଥିରେ ଧରି ବଡ଼ ଦାଣ୍ଡକୁ ବାହାରନ୍ତି କାଳିଆ ସାଆନ୍ତ। ଭକ୍ତଗଣଙ୍କ ସହ ବିଷାଳ ଯାତ୍ରାରେ ଆସି ଗୁଣ୍ଡିଚା ମନ୍ଦିରରେ ପହଞ୍ଚନ୍ତି ତିନି ଠାକୁର। ସେଠାରେ ସପ୍ତାହକାଳ ଅବସ୍ଥାନ କରି ଦଶମୀ ଦିନ ସେଠାରୁ ଫେରିଆସିଥାନ୍ତି ବଡ଼ଦେଉଳକୁ। ଗୁଣ୍ଡିଚା ମନ୍ଦିରକୁ ମାଉସୀ ମା’ ମନ୍ଦିର ବୋଲି ଅଭିହିତ କରାଯାଏ। ପରମ୍ପରା ଅନୁସାରେ, ପ୍ରଥମେ ବଡ଼ ଭାଇ ଓ ଭଉଣୀଙ୍କୁ ପଠାଇ ସର୍ବଶେଷରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ପ୍ରଭୁ ଜଗନ୍ନାଥ। ଗୁଣ୍ଡିଚା ମନ୍ଦିରକୁ ଯିବା ଦିନକୁ ରଥଯାତ୍ରା ବା ଗୁଣ୍ଡିଚା ଯାତ ଓ ଫେରିବା ଦିନକୁ ବାହୁଡ଼ା ଯାତ୍ରା ବା ବାହୁଡ଼ା ଯାତ ବୋଲି କୁହାଯାଏ।

ଆଲେଖ୍ୟ – ପ୍ରତିଜ୍ଞା ମିଶ୍ର

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories