ବୈତରଣୀ ବଞ୍ଚାଅ ଦାବିରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘର ମହାପଞ୍ଚାୟତ

ପାଟଣା :  କେନ୍ଦୁଝର ଜିଲ୍ଲାରେ ଲୁହାପଥର ଗୁଣ୍ଡ ପରିବହନ ପାଇଁ ବେଆଇନ ସ୍ଲରି ପାଇପ ଲାଇନକୁ ବିରୋଧ କରାଯିବ। କେନ୍ଦୁଝରର କୌଣସି ଖଣି କିମ୍ବା ଶିଳ୍ପ ସଂସ୍ଥାକୁ ବୈତରଣୀରୁ ଟୋପାଏ ପାଣି ଦିଆଯିବ ନାହିଁ। କେନ୍ଦୁଝର ପାଣି ଜିଲ୍ଲାର ଜନସାଧାରଣ ଓ ଚାଷୀଙ୍କ ପାଇଁ ଏହା ନିଶ୍ଚତ କରାଯିବା ଉଦ୍ଦେଶ୍ୟ ନେଇ ଅକ୍ଟୋବର ପ୍ରଥମ ସପ୍ତାହରେ କେନ୍ଦୁଝର ଠାରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ମହାପଞ୍ଚାୟତ ଡାକିଛି।
prayash
ରବିବାର ମହାସଂଘର ରାଜ୍ୟ ସଭାପତି ସଚ୍ଚିନ ମହାପାତ୍ର ଏହା ଘୋଷଣା କରିବା ସହ ଏହି ମହାପଞ୍ଚାୟତରେ ମହାସଂଘର ସର୍ବଭାରତୀୟ ନେତା ମଧ୍ୟ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି। ଆଜି ମହାସଂଘର ଜିଲ୍ଲା ସଭାପତି ସେକ ମୋବିନଙ୍କ ଅଧ୍ୟକ୍ଷତାରେ ଢେଙ୍କିକୋଟଠାରେ ମହାସଂଘର ଏକ ଜିଲ୍ଳା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକରୁ ମହାସଂଘର ବ୍ଲକ୍ ଶାଖା କର୍ମକର୍ତ୍ତା ମାନେ ବୈଠକରେ ଯୋଗ ଦେଇଥିଲେ। ମୁଖ୍ୟଅତିଥି ଭାବେ ମହାସଂଘର ରାଜ୍ୟସଭାପତି ସଚ୍ଚିନ ମହାପାତ୍ରଙ୍କ ସହ ଘଟଗାଁ ବ୍ଲକ୍ ଶାଖା ସଭାପତି ରଶ୍ମିରଞ୍ଜନ ରାଉତ, ସଞ୍ଜୟ ରାଉତ, ଶେଷଦେବ ସାହୁ, ଭାରତୀ ମହାନ୍ତ, ଶରତ ସ୍ୱାଇଁ, ଜଗନ୍ନାଥ ବଳ, ସନ୍ତୋଷ ଖୁଣ୍ଟିଆ , ଯୋଡାରୁ ସୀମା ବାରିକ, ମାଣିକପ୍ରଭା ସ୍ୱାଇଁ, ଘଷିପୁରାରୁ ପ୍ରଣବ କୁଆଁର, ପାଟଣାରୁ ଭାବଗ୍ରାହୀ ମହାନ୍ତ, ଜ୍ୟୋସ୍ନାରାଣୀ ମହାନ୍ତ ପ୍ରମୁଖ କର୍ମକର୍ତ୍ତା ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ବର୍ଷିଵା ସହ ଚାଷୀର ହକ୍, ଚାଷୀର ସ୍ୱାଭିମାନ ରକ୍ଷା, ଆୟ ବୃଦ୍ଧି ଉପରେ ଆଲୋକପାତ କରିଥଲେ। ଜିଲ୍ଲାର ବୈତରଣୀ ପାଣିକୁ ଖଣି ମାଲିକଙ୍କୁ ଟେକି ଦିଆଯିବାକୁ ଦୃଢ଼ ବିରୋଧ କରି ମହାସଂଘର ମହାପଞ୍ଚାୟତ ଡାକରାରେ ପଞ୍ଚାୟତ ଏବଂ ୱାର୍ଡ ସ୍ତରରୁ ଚାଷୀମାନେ କେନ୍ଦୁଝର ଯିବେ ବୋଲି ଜିଲ୍ଳା ଶାଖା ସଭାପତି ସେକ ମୋବିନ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଦଳମତ ନିର୍ବିଶେଷରେ ମହାସଂଘର ବିଚାରଧାରାକୁ ବିପୁଳ ସମର୍ଥନ ଦିଆଯାଇ କୃଷି ଓ କୃଷକର ସ୍ବାର୍ଥ ରକ୍ଷା କରାଯିବ ବୋଲି ରାଜ୍ୟସଭାପତି ସୂଚନା ଦେଇଛନ୍ତି ।
kalyan agarbati

Comments are closed.