ଗୁରୁବାର ରାଶିଫଳ
ମେଷ: ବିଶ୍ୱସ୍ତ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ସୁଖ ସମ୍ମାନ ଲାଭ କରିପାରନ୍ତି। ଅର୍ଥପ୍ରାପ୍ତିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ବିଳାସ ବ୍ୟସନ କରିପାରନ୍ତି। ଯାନବାହନ ଲାଭ ହୋଇପାରେ। ଆନୁଷ୍ଠାନିକ କାର୍ଯ୍ୟରେ ପ୍ରଶଂସନୀୟ ହେବେ।
ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ଅର୍ଥ ସଂଚୟ କରିପାରନ୍ତି। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ। ବ୍ୟବସାୟରେ ଆଶାଜନକ ଲାଭପ୍ରାପ୍ତ ହେବେ।
ମିଥୁନ: ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆନନ୍ଦ ଉପଭୋଗ କରିପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁଖ-ସମୃଦ୍ଧ ସବୁ କିଛି ଉପଭୋଗ କରିପାରନ୍ତି। ଜନୈକ ମହିଳା ସାହାଯ୍ୟ କରିବେ।
କର୍କଟ: ଅନ୍ୟର ନିୟନ୍ତ୍ରଣରେ ରହି ପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବନ୍ଧୁମାନେ ସହାୟତା କରିବାକୁ ପ୍ରତିଶ୍ରୁତି ଦେବେ; ମାତ୍ର ଠିକଣା ସମୟରେ ଓହରି ଯାଇପାରନ୍ତି। କିଛିଟା ଲାଭ ମିଳିବ।
ସିଂହ: ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ଧୀରବୁଦ୍ଧି, ସ୍ଥିର ଚିତ୍ତରେ କାର୍ଯ୍ୟ କରି ସଫଳତା ପାଇବେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଶୁଭ ଅନୁଷ୍ଠାନରେ ଯୋଗ ଦେଇ ଆତ୍ମ ତୃପ୍ତି ଲାଭ କରିପାରନ୍ତି। ସେବା ଭାବନାରେ ଉଦ୍ବୁଦ୍ଧ ହେବେ।
କନ୍ୟା: ଦୁଃସାହସିକ କାର୍ଯ୍ୟ କରି ସଫଳତା ପାଇ ପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଶାନ୍ତି ସନ୍ତୋଷ ଲାଭ କରିପାରନ୍ତି। ସର୍ବତ୍ର ଶୁଭ ଆଶା କରାଯାଏ। ଗୃହ ଉପକୀରଣ କ୍ରୟ କରିପାରନ୍ତି। ବକୟା ଅର୍ଥ ଆଦାୟ କରିପାରନ୍ତି।
ତୁଳା: ପରଚର୍ଚ୍ଚାରୁ ବିରତ ହେଲେ ସମ୍ମାନିତ ହେବେ। ମନ ପ୍ରସନ୍ନ ରହିବ। ପାରିବାରିକ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। କଥା ବାର୍ତ୍ତାରେ ଶାଳୀନତା ରକ୍ଷା କରିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଯେକୌଣସି ଦିଗରୁ ଅର୍ଥ ମିଳିବ।
ବିଛା: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖି କାର୍ଯ୍ୟ କରିବେ। ସଦ୍ଗୁଣର ବିକାଶ ଘଟାଇ କର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହୋଇପାରନ୍ତି। ଶତ୍ରୁତାରେ ବିଜୟ ହାସଲ କରିବେ। କୃଷି କ୍ଷେତ୍ରକୁ ତ୍ୱରାନ୍ୱିତ କରିପାରନ୍ତି।
ଧନୁ: ଉଚ୍ଚ ସମ୍ମାନ ଲାଭ କରି ପାରନ୍ତି। ଆର୍ଥିକ କ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଚିତ୍ତ ପ୍ରସନ୍ନ ରହିବ। ବନ୍ଧୁମାନଙ୍କ ଠାରୁ ଆଦର ସମ୍ମାନ ପାଇପାରନ୍ତି। ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାରେ ସକ୍ଷମ ହେବେ। ବିବାଦ ଓ ପ୍ରତିଯୋଗିତାରେ ବିଜୟୀ ହେବେ।
ମକର: କର୍ମକ୍ଷେତ୍ରରେ ତତ୍ପର ହୋଇପାରନ୍ତି। ତରବର ନହୋଇ ଅପେକ୍ଷା କଲେ କର୍ମକ୍ଷେତ୍ରରେ ସଫଳତା ପାଇବେ। ଭୁଲ ବୁଝାମଣା ଯୋଗୁଁ ମାନସିକ ସ୍ତରରେ ବିବ୍ରତ ହୋଇପାରନ୍ତି। ଭାଗ୍ୟର ସାମାନ୍ୟ ପରିବର୍ତ୍ତନ ଘଟିବ। ବିଭିନ୍ନ ଦିଗରୁ ଧନ ମିଳିବ।
କୁମ୍ଭ: ଭବିଷ୍ୟତ କର୍ମ ପାଇଁ ଆଗ୍ରହୀ ହେବେ। କାର୍ଯ୍ୟ ଉତ୍ସାହପ୍ରଦ ହୋଇପାରେ। ରୋଜଗାର ଉତ୍ତମ ଧରଣର ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତା ଧାରା ଉନ୍ନତମାନର ହେବ।
ମୀନ: ଶାନ୍ତି ସନ୍ତୋଷ ମିଳିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ସ୍ନେହପୂର୍ଣ୍ଣ ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବେ।