www.samajalive.in
Saturday, December 6, 2025
19.1 C
Bhubaneswar

ବସନ୍ତ ପଞ୍ଚମୀରେ ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ

ଆଜି ହେଉଛି ବସନ୍ତ ପଞ୍ଚମୀ। ମା’ସରସ୍ୱତୀଙ୍କ ରୀତିନୀତି ଅନୁଯାୟୀ କରାଯାଉଛି ପୂଜାର୍ଚ୍ଚନା। ତେବେ ଆଜି ରାଶି ଅନୁଯାୟୀ, କିଛି ଉପାୟ ଆପଣାଇବା ଦ୍ୱାରା ମା’ଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ମେଷ ରାଶି : ବସନ୍ତ ପଞ୍ଚମୀ ଦିନ ମା’ଙ୍କ ପୂଜାର୍ଚ୍ଚନା ସହ ବନ୍ଦନା ପାଠ କରନ୍ତୁ।
ବୃଷ : ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ୱେତ ଚନ୍ଦନ ଲଗାନ୍ତୁ। ଫୁଲ ଅର୍ପଣ କରନ୍ତୁ। ଏହାଦ୍ୱାରା ଜ୍ଞାନ ପ୍ରାପ୍ତି ସହ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ମିଥୁନ : ମା’ ସରସ୍ୱତୀଙ୍କ ନିକଟରେ ହଳଦିଆ ରଙ୍ଗର ପେନ୍‍ ରଖନ୍ତୁ। ଜ୍ଞାନ ବୃଦ୍ଧି ହୋଇଥାଏ।
କର୍କଟ : ମା’ଙ୍କୁ କ୍ଷୀରି ଭୋଗ ଅର୍ପଣ କରନ୍ତୁ।
ସିଂହ ରାଶି : ମା’ଙ୍କ ପୂଜାର୍ଚ୍ଚନା ସମୟରେ ଗାୟତ୍ରୀମନ୍ତ୍ରର ପାଠ କରନ୍ତୁ।
କନ୍ୟା : ଅସହାୟ ଶିଶୁଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ କରନ୍ତୁ। କଲମ, ଖାତା ଆଦି ବାଣ୍ଟିବା ଦ୍ୱାରା ମା’ଙ୍କ କୃପା ମିଳିଥାଏ।
ତୁଳା : ବ୍ରାହ୍ମଣଙ୍କୁ ଧବଳ ବସ୍ତ୍ର ଦାନ କରନ୍ତୁ।
ବିଛା : ମା’ଙ୍କୁ ପୂଜା କରି ଲାଲ ରଙ୍ଗର କଲମ ଅର୍ପଣ କରନ୍ତୁ।
ଧନୁ : ମା’ଙ୍କ ନିକଟରେ ହଳଦିଆ ରଙ୍ଗର ମିଠା ଭୋଗ କରନ୍ତୁ।
ମକର : ଅସହାୟଙ୍କୁ ଅନ୍ନ ଦାନ କରନ୍ତୁ। ବିଶେଷ କୃପା ପ୍ରାପ୍ତି ହେବ।
କୁମ୍ଭ : ଅସହାୟ ଶିଶୁଙ୍କୁ ବ୍ୟାଗ୍‍ ଓ ଅନ୍ୟ ପାଠ୍ୟ ଜିନିଷ ଦାନ କରନ୍ତୁ।
ମୀନ : ଛୋଟ ଶିଶୁ କନ୍ୟାକୁ ହଳଦିଆ ରଙ୍ଗର ପୋଷାକ ଦାନ କରନ୍ତୁ। କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories