ଗହଣା ପାଇଁ କିଛି ସ୍ୱତନ୍ତ୍ର ଉପାୟ
ରାଶି ଅନୁସାରେ ଗହଣା ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ମେଷ : ଏହି ରାଶିର ମହିଳାମାନେ ଝୁମୁକା କାନ ଫୁଲ ପିନ୍ଧିବା ଉଚିତ। ଯେକୌଣସି କାର୍ୟ୍ୟ ନିମନ୍ତେ ଲାଲ ରଙ୍ଗର ଗହଣା ପିନ୍ଧିବା ଦ୍ବାରା ଶୁଭ ଫଳ ମିଳିଥାଏ।
ବୃଷ : ଏହି ରାଶିର ମହିଳାମାନେ ହାର ଓ ଲକେଟ ପିନ୍ଧିବା ଅତ୍ୟନ୍ତ ଶୁଭ ଅଟେ।
ମିଥୁନ : ମିଥୁନ ରାଶିର ମହିଳାମାନେ ଭିନ୍ନ ଭିନ୍ନ ଡିଜାଇନର ଗହଣା ପିନ୍ଧି ପାରିବେ।
କର୍କଟ : ଏହି ରାଶିର ମହିଳାମାନେ ପୁରୁଣା ଡିଜାଇନର ଗହଣା ପିନ୍ଧିବାକୁ କୁହାଯାଇଛି।
ସିଂହ : ଏହି ରାଶିର ମହିଳାମାନେ ଆକର୍ଷଣୀୟ ଦେଖା ଯାଉଥିବା ଗହଣା ପିନ୍ଧିବା ଶୁଭ ଅଟେ।
କନ୍ୟା : କନ୍ୟା ରାଶିର ମହିଳାମାନେ ସୁନ୍ଦର ଚୁଡି ଓ କଡା ପିନ୍ଧି ପାରିବେ।
ତୁଳା : ତୁଳା ରାଶିର ମହିଳାମାନେ ବ୍ରେସଲେଟ ପିନ୍ଧିବା ଆବଶ୍ୟକ।
ବିଛା : ପୁରୁଣା ଚିହ୍ନ ଥିବା ମୁଦି ହାତ କରିବା ଏହି ରାଶିର ମହିଳାଙ୍କ ପକ୍ଷେ ଅତ୍ୟନ୍ତ ଶୁଭ ଅଟେ।
ଧନୁ : ଏହି ରାଶିର ମହିଳାମାନେ ଆକର୍ଷଣୀୟ କାନ ଫୁଲ ପିନ୍ଧିବା ଶୁଭ ଅଟେ।
ମକର : ମକର ରାଶିର ମହିଳାମାନେ ଦାମୀ ରତ୍ନ ଧାରଣା କରିବା ଶୁଭ ହୋଇଥାଏ।
କୁମ୍ଭ : ଏହି ରାଶିର ମହିଳାମାନେ କାନ ଫୁଲ ପିନ୍ଧିବା ଶୁଭ ଅଟେ।
ମୀନ : ମୀନ ରାଶିର ମହିଳାମାନେ ପାଉଁଜି ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
Comments are closed.