କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ରାଇବୋଲ ଗ୍ରାମରୁ ଏକ ବିରଳ ପ୍ରଜାତିର ବିରାଟକାୟ ପକ୍ଷୀ ଅସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇଛି। ଉଦ୍ଧାର ପକ୍ଷୀର ଉଚ୍ଚତା ପ୍ରାୟ ୩ ଫୁଟ ହେବ। ଗତ ରାତିରେ ଝଡ ତୋଫାନରେ କେଉଁ ଆଡୁ ଆସି ଏହି ବିରଳ ପ୍ରଜାତିର ପକ୍ଷୀଟି ବାମ ଜଙ୍ଘ ଭାଙ୍ଗିଯାଇଥିବା ଅବସ୍ଥାରେ ଗ୍ରାମର ସେବାଶ୍ରମ ସ୍କୁଲ ନିକଟରେ ପଡି ରହିଥିଲା। ଏହା ସାଧରଣତଃ ଆସାମ ରାଜ୍ୟରେ ଦେଖାଦିଅନ୍ତି। ଏହି ପକ୍ଷୀଟିକୁ ହାଡଗିଳା ପକ୍ଷୀ ବୋଲି କହୁଛନ୍ତି। ପକ୍ଷୀଟିକୁ କୋରିଆପାଳ ସେବାଶ୍ରମ ସ୍କୁଲ ପାଖରେ ଜୀବିତ ଅବସ୍ଥାରେ ସେହି ଗ୍ରାମର କିଛି ଯୁବକ ଦେଖି ଉଦ୍ଧାର କରି ଗ୍ରାମକୁ ଆଣିଥିଲେ। ବିରଳ ପକ୍ଷୀଟିକୁ ଦେଖିବା ପାଇଁ ଅଞ୍ଚଳରେ ଲୋକଙ୍କ ଭିଡ ଲାଗି ରହିଥିଲା। ଗ୍ରାମବାସୀ ପକ୍ଷୀକୁ ବନବିଭାଗକୁ ହସ୍ତାନ୍ତର କରିଥିଲେ। ବନବିଭାଗ ପକ୍ଷୀଟିକୁ ଚିକିତ୍ସା ପାଇଁ କଙ୍କଡାହାଡ ପଶୁ ଚିକିତ୍ସକଙ୍କ ନିକଟକୁ ନେଇ ଚିକିତ୍ସା ଆରମ୍ଭ କରିଛି। ପକ୍ଷୀଟି ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ଛାଡି ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



