www.samajalive.in
Monday, December 8, 2025
24.1 C
Bhubaneswar

ନାବାଳିକା ବଳାତ୍କାରୀକୁ ଗିରଫ ଦାବିରେ ଥାନା ଘେରିଲେ ଗ୍ରାମବାସୀ

ଖୁଣ୍ଟା : ନାବାଳିକା ବଳାତ୍କାରୀକୁ ତୁରନ୍ତ ଗିରଫ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ଖୁଣ୍ଟା ଥାନା ଘେରଉ କରିଛନ୍ତି । ଶତାଧିକ ମହିଳା ଖୁଣ୍ଟା ପଂଚାୟତ ସମିତି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଖୁଣ୍ଟା ଥାନା ଆଇଆଇସିଙ୍କ ନିକଟରେ ଅଭିଯୁକ୍ତର ଗିରଫ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତ ୪ ତାରିଖରେ ଖୁଣ୍ଟା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜନୈକା ୧୭ ମାସର ନାବାଳିକାଙ୍କ ସହ ସେହି ଗ୍ରାମର ଭଦ୍ର ସିଂ(୨୮) ନାମକ ଜଣେ ଯୁବକ ବଳାତ୍କାର କରି ଫେରାର ଥିବା ଅଭିଯୋଗରେ ୫ ତାରିଖ ଏକ ମାମଲା ରୁଜୁ ହୋଇଥିଲା । ହେଲେ ପୁଲିସ ଫେରାର ଅଭିଯୁକ୍ତକୁ ଗିରଫ କରରୁନଥିବା ପ୍ରତିବାଦରେ ଗ୍ରାମର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଖୁଣ୍ଟା ଥାନାରେ ପହଞ୍ଚିଥିଲେ । ଅଭିଯୁକ୍ତ ଜଣକ ପୂର୍ବତନ ସାଂସଦଙ୍କ ସମ୍ପର୍କୀୟ ହୋଇଥିବାରୁ ତାଙ୍କ ଚାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କାର୍ୟ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମର ମହିଳା ମାନେ ଚେତାବନୀ ଦେଇଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories