www.samajalive.in
Sunday, December 7, 2025
14.1 C
Bhubaneswar

ଗୋପାଳପୁର ବିଧାୟକଙ୍କ ପରେ ଏବେ ରଙ୍ଗେଇଲୁଣ୍ଡା ବ୍ଲକ ବିଡ଼ିଓଙ୍କୁ ହଟାଇବା ଦାବୀ ଜୋର ଧରିଲା

ଗୋପାଳପୁର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣେଇବା ନିମନ୍ତେ ରଙ୍ଗେଇଲୁଣ୍ଡା ବ୍ଲକ କାର୍ୟ୍ୟାଳୟ ପରିସରରେ ଥିବା ବ୍ଲକ ଉପାଧ୍ୟକ୍ଷଙ୍କ କୋଠାରୀ ପରିସରରେ ଜରୁରୀ ବୈଠକ ଡକାଯାଇଥିଲା। ଜିଲ୍ଲା ବିଜେଡ଼ି ସଭାପତି ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ରାଜ୍ୟ ସମ୍ପାଦକ ସୁବାସ ମହାରଣା ଏହି ଜରୁରୀ ବୈଠକ ଡକାଇ ଦଳକୁ ମଜବୁତ କରିବା ସହ ବିଭିନ୍ନ ପ୍ରକାର ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଓଡ଼ିଶାବାସୀଙ୍କ ନିମନ୍ତେ ବିଭିନ୍ନ ଜନହିତକର କାର୍ୟ୍ୟକୁ ସୂଚାରୁ ରୂପେ କାର୍ୟ୍ୟକାରୀ କରି ଓଡ଼ିଶାବାସୀଙ୍କ ବିଶ୍ବାସ ଭାଜନ ହୋଇଥିବା ଯୋଗୁଁ ତାଙ୍କୁ କର୍ମୀମାନଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଯାଇଥିଲା। କିନ୍ତୁ ବୈଠକ ଆରମ୍ଭରେ ହିଁ ବିଡ଼ିଓଙ୍କୁ ଏଠାରୁ ତୁରନ୍ତ ବଦଳି ପାଇଁ ଦାବୀ ଜୋର ଧରିଥିଲା। ଏହାସହ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୨ ତାରିଖ ସୁଦ୍ଧା ପଂଚାୟତ କମିଟି, ଜୋନ କମିଟି ଏବଂ ବ୍ଳକ କମିଟି ଗଠନ କରିବା ନିମନ୍ତେ ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକ ଆଲୋଚନା କରିଥିଲେ।

କିନ୍ତୁ ବୈଠକରେ ଉପସ୍ଥିତ ରହିଥିବା କର୍ମୀ ଓ ଜନପ୍ରତିନିଧି ମାନେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏଠାରୁ ହଟା ନଯିବା ପର୍ୟ୍ୟନ୍ତ କୈାଣସି କମିଟି ଗଠନ ନିମନ୍ତେ କର୍ମୀମାନେ ସହଯୋଗ କରିବେ ନାହିଁ ବୋଲି ରୋକ ଠୋକ ସଭାପତିଙ୍କୁ ଜଣାଇଦେଇଥିଲେ। ଅନ୍ୟ ପଟେ ବିଜେଡି ଦଳ ପକ୍ଷରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଏନ୍ଏସି, ବ୍ଲକ ରେ ତୁରନ୍ତ ଦଳୀୟ କମିଟି ଆସନ୍ତା ୨୨ ତାରିଖ ମଧ୍ୟରେ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏଠାରେ ଦଳୀୟ କର୍ମୀମାନଙ୍କ ବିଡିଓ ହଟାଅ ଦାବି ପରେ ଜିଲ୍ଲା ସଭାପତିଙ୍କ ଅଡୁଆ ବଢାଇ ଦେଇଥିବା ଆଲୋଚନା ହେଉଛି। ଏହି କ୍ରମରେ ଗତ ସୋମବାର ଦିନ ଜିଲ୍ଲା ସଭାପତିଙ୍କ ପକ୍ଷରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଆଗ ଧାଡ଼ିର କର୍ମୀଙ୍କୁ ଡକାଇ ତୁରନ୍ତ ବ୍ଳକ କମିଟି କରିବା ପାଇଁ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ରଙ୍ଗେଈଲୁଣ୍ଡା ବ୍ଳକ ସମେତ କୁକୁଡ଼ାଖଣ୍ଡି ବ୍ଲକର ୫ଟି ପଂଚାୟତ, ଗୋପାଳପୁର ଏନଏସିର ଆଗଧାଡିର ନେତାଙ୍କୁ ନେଇ ଜିଲ୍ଲା କାର୍ୟ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ କର୍ମୀ ଓ ନେତାମାନେ କୁକୁଡାଖଣ୍ଡି ତହସିଲଦାର ଏବଂ ରଙ୍ଗେଈଲୁଣ୍ଡା ବିଡ଼ିଓ ନ ବଦଳିବା ଯାଏଁ ଏଠାରେ ନୂତନ କମିଟି ଗଠନ କିମ୍ବା ସଂଗଠନ ହେବାର ନାହିଁ ବୋଲି ରୋକ ଠୋକ ଶୁଣାଇ ଦେଇଥିଲେ। ଆଜି ମଧ୍ୟ ବ୍ଳକ ପରିସରରେ ଅନୁଷ୍ଠିତ ବୈଠକ ଆରମ୍ଭରୁ ବିଡ଼ିଓଙ୍କୁ ଏଠାରୁ ତୁରନ୍ତ ବଦଳି କରାଯାଉ ନତୁବା ଦଳ ଏଠାରେ ଦୁର୍ବଳ ହେବ ବୋଲି ଦାବି ହୋଇଥିଲା। ବିଧାୟକ ଯେମିତି କର୍ମୀ ଓ ଜନପ୍ରତିନିଧିମାନଙ୍କୁ ବିଶ୍ୱାସଘାତ କରୁଥିଲେ ତାହାଠୁ ଅଧିକ ଦୁର୍ନତି ବିଡ଼ିଓ କରିଛନ୍ତି ଏଣୁ ତୁରନ୍ତ ତାଙ୍କୁ ଏଠାରୁ ବଦଳି କରାଯାଉ ବୋଲି ଦାବି ଜୋର ଧରିଥିଲା। ବିଡ଼ିଓ ତାଙ୍କର ତଳିଆ କର୍ମଚାରୀଙ୍କ ମାଧ୍ୟମରେ ଉନ୍ନୟନ ମୂଳକ କାର୍ୟ୍ୟରେ ପ୍ରଚୁର ଲାଞ୍ଚ ନେଉଛନ୍ତି। ବିନା ଟଙ୍କାରେ କୌଣସି ଫାଇଲ ଉଠୁନି ବୋଲି ଅଭିଯୋଗ କରିଥିଲେ। ଏସଂପର୍କରେ ରାଜ୍ୟ ସ୍ତରୀୟରେ ଆଲୋଚନା କରିବା ପାଇଁ ଜିଲ୍ଲା ସଭାପତି କର୍ମୀମାନଙ୍କୁ ଆଶ୍ଵସନା ଦେଇଥିଲେ।

- Advertisement -

ଏହି ବୈଠକରେ ଚିନି. ଭାରତ, ଉପାଧ୍ୟକ୍ଷ ଅଜିତ ଦାସ, ପୂର୍ବତନ ଅଧ୍ୟକ୍ଷା ପି. କମଳା ରେଡି, ଜିଲ୍ଲା ପରିଷଦ ମଞ୍ଜୁଶ୍ରୀ ଦଳେଇ, ପୂର୍ବତନ ଜିଲାପରିଷଦ ଚିନି. ଦିଲେଶ୍ଵର ରେଡି, ଦୀପକ ସାମନ୍ତ, ପ୍ରକାଶ ସାମନ୍ତ, ଯୁବନେତା, ଅଭୟ ସାହୁ, ଦଣ୍ଡ ପାଣିଗ୍ରାହୀ, ଦଣ୍ଡ ସାହୁ, ଏ.ଜାନକୀ ରାମ, ଜୟସେନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଣୁ ଏହି ଘଟଣା ପରେ ପ୍ରଥମେ ଦଳୀୟ ନେତା ଓ କର୍ମୀମାନେ ବିଧାୟକ ହଟାଅ ଦାବି କରିଆସୁଥିବା ବେଳେ ଏବେ ବିଡିଓ ହଟାଇ ଦାବି କରିବା ପରେ ଗୋପାଳପୁର ରେ କେଉଁ ପ୍ରକାର ରାଜନୈତିକ ସମ୍ମିକରଣ ହେବାକୁ ଯାଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories