www.samajalive.in
Thursday, December 11, 2025
15.1 C
Bhubaneswar

ରାମନାଗୁଡା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବି: ତହସିଲ କାର୍ଯ୍ୟାଳୟ ଘେରାଉ, ଦାବିପତ୍ର ପ୍ରଦାନ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମାଠାରେ ଅଖିଳ ଭାରତ କୃଷକ ମହାସଭା ଓ ସିପିଆଇ(ଏମଏଲ) ଲିବରେସନ ତରଫରୁ ରାମନାଗୁଡା ମୁଖ୍ୟବଜାର ନିକଟ ଖିଲାପଦର ଛକଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥି ସହ ୧୬ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏଥିରେ ରାମନାଗୁଡ଼ା ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ମରୁଡ଼ି ଘୋଷଣା ସହ ମରୁଡ଼ିରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏକର ପିଛା ୫୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ, ମରୁଡ଼ିରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଋଣ ଛାଡ଼, ନୂଆ ଋଣ ଯୋଗାଇବା ଏବଂ ଭାଗଚାଷୀଙ୍କୁ ଚାଷୀର ମାନ୍ୟତା, ମରୁଡ଼ି କ୍ଷତିଗ୍ରସ୍ତ ହିତାଧିକାରୀକୁ ଜଳକର ଛାଡ଼, କପା କୁଇଣ୍ଟାଲ ୯ ହଜାର ଟଙ୍କା ପ୍ରଦାନ, ଗୋଗୁପାଡୁ ପଞ୍ଚାୟତର କାଟିକି ଓ ଗୁଲୁଣ୍ଟି ପଞ୍ଚାୟତର ତାମିଲିଗୁଡ଼ା ଗ୍ରାମର ଆଦିବାସୀମାନଙ୍କ ଭୋଗ ଦଖଲରେ ରହିଥିବା ଜମିର ପଟ୍ଟା ପ୍ରଦାନ ଓ ଆଦିବାସୀମାନଙ୍କ ନାମରେ ହୋଇଥିବା ମିଥ୍ୟା କେସ୍‌କୁ ପ୍ରତ୍ୟାହାର, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେଉଥିବା ଚକ୍ରାନ୍ତକୁ ବନ୍ଦ କରିବା, ଆଦିବାସୀ ମାନଙ୍କର ଭୋଗ ଦଖଲରେ ରହିଥିବା ସରକାରୀ ଜମି, ଜଙ୍ଗଲ ଜମିକୁ ଚିହ୍ନଟ କରିବା ପାଇଁ ଆର.ଆଇ ଓ ଅମିନଙ୍କୁ ମାସିକ ୧୫ ଦିନ ପାଇଁ ନିର୍ଦ୍ଦେଶ ଦେବା, ଶୀତଳ ଭଣ୍ଡାର ଓ ଢ଼େପାଗୁଡ଼ା ଡ୍ୟାମରୁ ଚାଷୀମାନଙ୍କୁ ଜଳ ସେଚନ ଯୋଗାଇବା ଓ ଗୁଲୁଣ୍ଡି ପଞ୍ଚାୟତରେ ସୋରିଷ ପଦର ଗାଁର ଚାଷୀମାନଙ୍କୁ ଜଳକର ଛାଡ, କେନାଲ ନିମନ୍ତେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଓ ଲହରଗାଡ଼ା ନାଳକୁ ଜଳ ପ୍ରକଳ୍ପ, ଆନ୍ଧ୍ରର ଜମି ମାଫିଆମାନେ ଆଦିବାସୀମାନଙ୍କ ଦଖଲରେ ଥିବା ଜମିକୁ ବେଆଇନ ଭାବେ ରେଜିଷ୍ଟ୍ରି ରଦ୍ଧ କରିବା, ଏମ୍.ଜି.ଏନ୍.ଆର୍.ଇ.ଜି.ଏ କାମର ବର୍ଷକୁ ୨ଶହ ଦିନ କାମ ଦୈନିକ ୬ଶହ ଟଙ୍କା ମଜୁରୀ, ବ୍ୟାପକ ଦୁର୍ନୀତି ବନ୍ଦ କରିବା ସହିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ୫ଲକ୍ଷ ଟଙ୍କା ପ୍ରଦାନ ସହ ସମସ୍ତ ଗରିବ ଏବଂ ବିପିଏଲ ପରିବାରକୁ ବିଦ୍ୟୁତ୍ ବିଲ ଛାଡ଼ ୨ଶହ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମସଭାକୁ ଅକାମୀ କରିଦେଉଥିବା ଚକ୍ରାନ୍ତକୁ ବନ୍ଦ କରିବା, ପ୍ରତ୍ୟେକ ଗରୀବ ପରିବାରକୁ ରାସନ୍‌କାର୍ଡ, ରାସନ୍‌କାର୍ଡଧାରୀଙ୍କୁ ୫୦ କେଜି ଚାଉଳ, ଚାଷୀମାନେ ଚାଷ କରୁଥିବା ବାଇଗଣ, ଭେଣ୍ଡି, ଝୁଡ଼ଙ୍ଗ, ଫୁଲକୋବି, ପତ୍ର କୋବି ଆଦି ବିଭିନ୍ନ ପରିବା ଚାଷ କରିଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ମରୁଡ଼ି ସହାୟତା, ଆଦିବାସୀମାନଙ୍କ ଜମି ଅଣ-ଆଦିବାସୀମାନେ କିଣିବା ଆଇନକୁ ସଂପୂର୍ଣ୍ଣ ରୂପେ ରଦ୍ଧ କରିବା ନେଇ ଦାବି କରାଯାଇଛି। ଏଥିରେ ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ତ୍ରିପତି ଗମାଙ୍ଗ, ଅଖିଳ ଭାରତ କୃଷକ ମହାସଭା ସଭାପତି ଅନାସିମ ଶବର, ବୃନ୍ଦାବନ ବିଡିକା, କରୁଣା କର ଲିମା, ସାନିଆ ବିଡିକା, ଦାସୁରୁ ପାତିକା, ଗୋବିନ୍ଦ ପାତିକା, ରମେଶ ପାତିକା  ମୋଜେସ ବିଡିକା, ଲବ ବିଡିକା, ଶୁଣ୍ଡିମା ବିଡିକା, ରାମଦାସ ନିମାଲା, ଛାଣ୍ଟି ନିମାଲା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories