www.samajalive.in
Saturday, December 6, 2025
19.1 C
Bhubaneswar

ରମେଶ ହାଜତ ମୃତ୍ୟୁ ଘଟଣା, ଥାନା ଅଧିକାରୀଙ୍କ ଛୁଟିକୁ ନେଇ ବିବାଦ

ପୁରୀ: ବାସେଳୀସାହି ଥାନାରେ କେ. ରମେଶଙ୍କର ହାଜତ ମୃତ୍ୟୁ ଘଟଣାରେ ଆଉ ଏକ ବିବାଦ ସୃଷ୍ଟି ହୋଇଛି। ଥାନା ଅଧିକାରୀ ଜୀବନାନନ୍ଦ ଜେନା ଛୁଟିରେ ଯାଇଥିବା ନେଇ ଏସ୍‌ପି ଅଖିଳେଶ୍ବର ସିଂହ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ବୟାନକୁ କେନ୍ଦ୍ରକରି ବିବାଦ ମୁଣ୍ଡ ଟେକିଛି। କେ. ରମେଶଙ୍କୁ ଥାନାରେ ଅଟକ ରଖି ମାଡଦେବା ଘଟଣାରେ ଇନ୍ସପେକ୍ଟର ଶ୍ରୀ ଜେନାଙ୍କ ସଂପୃକ୍ତି ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଆଇନଜୀବୀଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି। ଇନ୍ସପେକ୍ଟର ଶ୍ରୀ ଜେନାଙ୍କ ଦସ୍ତଖତରେ ଗତ ୧୭ତାରିଖ ଅପରାହ୍ଣ ୫ଟା ୪୫ରେ ଥାନାରେ ଏକ ମୋକଦ୍ଦମା ରୁଜୁ କରାଯାଇଥିବା କୋର୍ଟ ରେକର୍ଡରୁ ଜଣାପଡିଛି। ତେଣୁ ସେ କେବେଠାରୁ ଛୁଟିରେ ଥିଲେ ଏବଂ କେବେ କାର୍ୟ୍ୟରେ ଯୋଗ ଦେଇଥିଲେ ତାହାର ତଦନ୍ତ ପାଇଁ ଦାବି ହୋଇଛି।

ମୃତ କେ.ରମେଶଙ୍କ ଶବସତ୍କାର ସମୟରେ ତାଙ୍କ ଦାଦାଙ୍କ ସମେତ କେତେକ ସମ୍ପର୍କୀୟ ସ୍ବର୍ଗଦ୍ବାର ଶ୍ମଶାନରେ ଉପସ୍ଥିତ ଥିବା ଜଣାପଡିଛି। ଜିଲା ପୁଲିସ ଏ ସମ୍ପର୍କରେ ଏକ ଭିଡିଓ ଫୁଟେଜ ଜାରି କରିଛି। ଅନ୍ୟପକ୍ଷରେ ବାସେଳୀସାହି ଥାନାରେ କେ.ରମେଶଙ୍କର ହାଜତ ମୃତ୍ୟୁ ନୁହେଁ; ବରଂ ହତ୍ୟା କରାଯାଇଥିବା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ କୁମାର ପାତ୍ର କହିଛନ୍ତି। ପୁରୀରେ ରକ୍ଷକ ଭକ୍ଷକ ସାଜିଥିବା ସେ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୦୨ (ହତ୍ୟା) ଦଫାରେ ମୋକଦ୍ଦମା ରୁଜୁ କରାଯିବା ସହ ଗିରଫ ନିମନ୍ତେ ବିଜେପି ଦାବି କରିଛି। ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ଶନିବାର ଦାବିପତ୍ର ପ୍ରଦାନ କରାଯାଇଛି। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଜିଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ଏସ୍‌ପି ଅଖିଳେଶ୍ବର ସିଂହଙ୍କ ବଦଳି ବାତିଲ ପାଇଁ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଆବାହକ ସ୍ବାଧୀନ କୁମାର ପଣ୍ଡା ଏବଂ ଆଇନଜୀବୀ ରାମଚନ୍ଦ୍ର ସାହୁ ଶନିବାର ଅତିରିକ୍ତ ପୁଲିସ ମହାନିର୍ଦେଶକ ଲଳିତ ଦାସଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories