ରାମଦୋଳିରେ ବସିଥିଲା ମୃତ୍ୟୁ; ଚାଲିଗଲା ଯୁବକଙ୍କ ଜୀବନ

ମାଲକାନଗିରି: ରାମ ଦୋଳିରେ ଚଢିଥିବା ସମୟରେ ଭୟରେ ଜଣେ ଯୁବକଙ୍କର ଅକାଳ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି କରୁକୋଣ୍ଡାଠାରେ। ମୃତ ଯୁବକଙ୍କ ନାଁ ରାକେଶ ହାଲଦାର। କରୁକୋଣ୍ଡା ମଉଳି ଯାତ୍ରାରେ ପୂଜା ସାରି ନିଜ ସାଙ୍ଗମାନଙ୍କ ସହ ମୀନାବଜାର ମଜା ନେଉଥିବା ବେଳେ ରାମ ଦୋଳିରେ ବସିଥିଲେ ରାକେଶ। ତେବେ ଦୋଳିରେ ବସିବା ପରେ ରାକେଶ ହଠାତ୍ ଡରିଯାଇଥିଲେ ଓ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତାଙ୍କ ସାଙ୍ଗମାନେ ଚଳନ୍ତା ଦୋଳିକୁ ରଖି ତାଙ୍କୁ ସେଠାରୁ ଓହ୍ଲାଇଥିଲେ ଏବଂ ତୁରନ୍ତ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

prayash

ରାକେଶ ଟାଟା ବିଦ୍ୟୁତ ବିଭାଗରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ।ମାଲକାନଗିରି ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

kalyan agarbati

Comments are closed.