ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ଶ୍ରୀ ନିର୍ମଳ ଚନ୍ଦ୍ର ସାହୁ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ପୂର୍ବରୁ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରୁଥିବା ବେଳେ ଆଜି ତହସିଲଦାର ଭାବେ ଯୋଗଦାନ କରିଛନ୍ତି। ସୂଚନା ଥାଉ କି ତତ୍କାଳୀନ ତହସିଲଦାର ପ୍ରଭାତି ଝୋଡିଆଙ୍କୁ ରାମନାଗୁଡା ବିଡ଼ିଓ ଭାବେ ଅବସ୍ଥାପିତ କରାଯିବା ପରେ ତାଙ୍କ ସ୍ଥାନରେ ନୂତନ ତହସିଲଦାର ଶ୍ରୀ ସାହୁଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ନୂତନ ତହସିଲଦାର ଶ୍ରୀ ସାହୁ କାର୍ଯ୍ୟରେ ଯୋଗଦାନ କରିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଧୁରା ରହିଥିବା ସମସ୍ତ ପ୍ରକାର କାର୍ଯ୍ୟକୁ ଖୁବଶୀଘ୍ର ତ୍ୱରାନ୍ୱିତ କରିବେ ବୋଲି ସାଧାରଣରେ ଆଶାପୋଷଣ କରାଯାଇଛି।
Popular Categories



