www.samajalive.in
Sunday, December 7, 2025
26.1 C
Bhubaneswar

ଗଞ୍ଜେଇ ଜବତ ; ୩ ଯୁବକ ଗିରଫ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅଧୀନ ଚାକୁଣ୍ଡା ହାଟପଦା ନିକଟରେ ପାଟ୍ରୋଲିଂ କରୁଥିବା ରାମନାଗୁଡା ଥାନା ପୁଲିସ ଚଢାଉ କରି ୬୩ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଏହି କାରବାରରେ ସମ୍ପୃୃକ୍ତି ଅଭିଯୋଗରେ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ  ଗିରଫ କରିଛି। ସେମାନେ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳର ରମାକାନ୍ତ ନାୟକ, ପ୍ରଦୀପ ଚନ୍ଦ୍ର ନାୟକ,ମୁନା ବେହେରା।
ସୂଚନାନୁଯାୟୀ ମୋହନାରୁ ରାୟଗଡ଼ା ରେଲୱେ ଷ୍ଟେସନ ଦେଇ ନାଗପୁରକୁ ଉକ୍ତ ଗଞ୍ଜେଇ ଚାଲାଣ ହେବାକୁଥିବା ବେଳେ କୈାଣସି ସୁତ୍ରରୁ ଥାନା ଏସ ଆଇ ବାବୁଲା ପ୍ରଧାନ ଖବର ପାଇ ସଦଳବଳେ ଚାକୁଣ୍ଡା ହାଟପଦା ନିକଟରୁ ୩ ଅଭିଯୁକଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬୩ କେଜି ଗଞ୍ଜେଇ ଜବତ କରାଯିବା ସହ ୩ଟି ମୋବାଇଲ ଓ ୪ ହଜାର୯ଶହଟଙ୍କା ଜବତ କରାଯାଇଥିବା ଥାନାଧିକାରୀ ସୁନିତା ବେହେରା ସୂଚନା ଦେଇଛନ୍ତି। ଏ ନେଇ ରାମନାଗୁଡା ଥାନା ପୁଲିସ ଏନ୍‌ଡିପିଏସ୍‌ ଦଫା ୨୦ ବି ଅନୁଯାୟୀ ଏକ କେସ୍‌ (ନଂ. ୭୩/୨୩) ରୁଜୁ କରି ଏହାର ତଦନ୍ତ ଭାର ଆଇଆଇସି ସୁନୀତା ବେହେରା ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଗଞ୍ଜେଇ ଚୋରା କାରବାରରେ ସମ୍ପୃୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ତନାଘନା ଚଳାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁନିତା ବେହେରା ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories