ରାମରହିମଙ୍କ ପାରୋଲ ଆବେଦନ ପଞ୍ଜାବ ଓ ହରିୟାଣା ଉଚ୍ଚନ୍ୟାୟାଳୟରେ ଖାରଜ

ନୂଆଦିଲ୍ଲୀ : ବିଭିନ୍ନ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ବନ୍ଦୀ ଥିବା ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ ରାମରହିମଙ୍କ ପାରୋଲ ଆବେଦନକୁ ପଞ୍ଜାବ ଓ ହରିୟାଣା ଉଚ୍ଚନ୍ୟାୟାଳୟ ମଙ୍ଗଳବାର ଖାରଜ କରି ଦେଇଛନ୍ତି। ରାମରହିମଙ୍କ ପତ୍ନୀ ହରଜିତ କୌର ରୁଜୁ ଉଚ୍ଚନ୍ୟାୟାଳୟରେ ଏହି ଆବେଦନ ରୁଜୁ କରିଥିଲେ। ହରଜିତ କୌର ଚଳିତ ମାସ ଆରମ୍ଭରେ  ଉଚ୍ଚନ୍ୟାୟାଳୟରେ ଏହି ଆବେଦନ କରିଥିବା ଜଣାପଡିଛି।
ଏହାପୂର୍ବରୁ ଗୁରୁମୀତ ରାମ ରହିମ ଜୁନ୍ ମାସରେ ହରିୟାଣାର ଶିର୍ସାରେ ଥିବା ନିଜ ଜମିରେ ଚାଷ କରିବା ପାଇଁ କୋର୍ଟଙ୍କୁ ପାରୋଲ ଆବେଦନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହାକୁ ଫେରାଇ ନେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ମହିଳା ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ ରାମରହିମ ୨୦ବର୍ଷ ପାଇଁ ଜେଲଦଣ୍ଡ ଭୋଗୁଛନ୍ତି।

kalyan agarbati

Comments are closed.