www.samajalive.in
Friday, December 5, 2025
26.1 C
Bhubaneswar

ସୁନ୍ଦର ଝୋଟି ଓ ଫୁଲରେ ସଜ୍ଜିତ ହୋଇଛି ଅଯୋଧ୍ୟାର ଗର୍ଭଗୃହ ; ଏହି ସ୍ଥାନରେ ବୈଦିକ ରୀତିରେ ପ୍ରଧାନମନ୍ତ୍ରୀ କରୁଛନ୍ତି ପୂଜା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ପ୍ରଭୁ ରାମଙ୍କ ମନ୍ଦିର ପାଇଁ ଭୂମି ପୂଜା ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ଏଥିପାଇଁ ରାମ ଜନ୍ମଭୂମି ପରିସରରେ ଗର୍ଭଗୃହସ୍ଥଳକୁ ଖୁବ ସୁନ୍ଦର ଭାବେ ସଜ୍ଜା ଯାଇଛି। ଭୂମିପୂଜା ସ୍ଥାନରେ ସୁନ୍ଦର ସୁନ୍ଦର ରଙ୍ଗରେ ଝୋଟି ସହ ବିଭିନ୍ନ ମଂଚକୁ ମଧ୍ୟ ସଜା ଯାଇଛି।
ଏହି ସ୍ଥାନରେ ହିଁ ମୋଦୀ ବୈଦିକ ରୀତିନୀତିରେ ଶୁଭ ମୁହୂର୍ତରେ ଚାନ୍ଦିର ଇଟା ରଖି ଶିଳା ପୂଜା କରିବେ।
୨୧ ବ୍ରାହ୍ମଣ ଏହି ଭୂମିପୂଜାରେ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବେ। ଏହି ବ୍ରାହ୍ମଣମାନେ କାଶୀ, ଅଯୋଧ୍ୟା, ଦିଲ୍ଲୀ, ପ୍ରୟାଗରାଜରୁ ଆସିଛନ୍ତି। ପ୍ରୟାଗରାଜରୁ ବିଦ୍ୱାନ ଗୋବିନ୍ଦ ମଧ୍ୟ ଆସିଛନ୍ତି।
ଭୂମିପୂଜା ପାଇଁ ଗର୍ଭଗୃହକୁ ସମ୍ପୂର୍ଣ୍ଣ ଫୁଲରେ ସଜାଯାଇଛି। ପୂଜାସ୍ଥଳରେ ସୁନ୍ଦର ସୁନ୍ଦର ଝୋଟି ଅଙ୍କା ଯାଇଛି। ଭୂମିପୂଜା ଓ ଶିଳାନ୍ୟାସ ସହ ରାମ ମନ୍ଦିର ନିର୍ମାଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories