www.samajalive.in
Saturday, December 6, 2025
26.1 C
Bhubaneswar

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ରକୁଲ ପ୍ରୀତ-ଜ୍ୟାକି ଭଗନାନୀ!

ମୁମ୍ବାଇ: ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଓ ଅଭିନେତା ଜ୍ୟାକି ଭଗନାନୀ। କୁହାଯାଉଛି ଯେ ଉଭୟ ୨୦୨୩ରେ ବିବାହ କରିପାରନ୍ତି। ଏନେଇ ଅଭିନେତ୍ରୀଙ୍କ ଭାଇ ସୂଚନା ଦେଇଛନ୍ତି। ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକି ଭଗନାନୀଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ। ଏହାପରେ ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ବିବାହ ଖବର ଶୁଣିବାକୁ ମିଳୁଛି। ଦୁହେଁ କେବେ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଯାଉଛନ୍ତି ସେ ବିଷୟରେ ପ୍ରଶଂସକମାନେ ମଧ୍ୟ ଜାଣିବାକୁ ଆଗ୍ରହୀ ଅଛନ୍ତି। ବିବାହ ବିଷୟରେ ଚର୍ଚ୍ଚାର ବଜାର ଗରମ ହେବା ପରେ ଅଭିନେତ୍ରୀଙ୍କ ଭାଇ ଏନେଇ ସୂଚନା ଦେଇଛନ୍ତି।

ରକୁଲଙ୍କ ଭାଇ ଅମନ କହିଛନ୍ତି ଯେ, ରକୁଲ ଜ୍ୟାକିଙ୍କ ସହ କିଛି ପ୍ରୋଜେକ୍ଟରେ କାମ କରିଛନ୍ତି। ଉଭୟ ପରସ୍ପରକୁ ପସନ୍ଦ କରନ୍ତି ଏବଂ ବିବାହ କରିବାକୁ ଚାହାଁନ୍ତି। ବର୍ତ୍ତମାନ ବିବାହ ପାଇଁ କୌଣସି ତାରିଖ ସ୍ଥିର କରାଯାଇ ନାହିଁ, କିନ୍ତୁ ଯଦି ଏହିପରି କିଛି ଘଟେ ତେବେ ରକୁଲ ନିଜେ ସମସ୍ତଙ୍କୁ ଏ ବିଷୟରେ ଜଣାଇବେ। ଏବେ ଜ୍ୟାକିଙ୍କ ହାତରେ ବଡ଼ ବଡ଼ ପ୍ରୋଜେକ୍ଟ ଅଛି ଏବଂ ରକୁଲ ମଧ୍ୟ ବ୍ୟସ୍ତ ଅଛନ୍ତି, ତେଣୁ ଏଭଳି ସ୍ଥିତିରେ ଉଭୟ ଭାବି ଚିନ୍ତି ବିବାହ ନିଷ୍ପତ୍ତି ନେବେ।

- Advertisement -

ସୂଚନାଯୋଗ୍ୟ, ରକୁଲ ପ୍ରୀତ ତାଙ୍କ ଲଭ୍‌ ଲାଇଫ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାଆନ୍ତି। ଦୁହେଁ ବହୁତ ସୁନ୍ଦର ଦମ୍ପତି ଏବଂ ପରସ୍ପରକୁ ବହୁତ ପସନ୍ଦ କରନ୍ତି। କୁହାଯାଉଛି ଯେ ଚଳଚ୍ଚିତ୍ର ନିର୍ମାତା ବାସୁ ଭଗନାନୀ ତାଙ୍କ ପୁଅ ଜ୍ୟାକି ଭଗନାନୀଙ୍କ ବିବାହକୁ ଭିନ୍ନ ଢଙ୍ଗରେ କରିବାକୁ ଆଗ୍ରହୀ। କୁହାଯାଉଛି ଯେ ରକୁଲ ଏ ବିଷୟରେ ନିଷ୍ପତ୍ତି ନେବେ ଏବଂ ବିବାହ ଘୋଷଣା ମଧ୍ୟ ସେ ହିଁ କରିବେ।

 

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories