ନୂଆଦିଲ୍ଲୀ : ରାଖି ପୂର୍ଣ୍ଣିମା ପର୍ବ ଭାଇ-ଭଉଣୀ ପବିତ୍ର ସମ୍ପର୍କ ଓ ପ୍ରେମର ପ୍ରତୀକ। ଏହାକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ରାଜ୍ୟ ସରକାରମାନେ ମହିଳାମାନଙ୍କୁ ମାଗଣା ବସ୍ ସେବା ଯୋଗାଇବାକୁ ଘୋଷଣା କରିଛନ୍ତି। ଏସବୁରେ ରୋଡୱେଜ୍ ବସ୍ ଅନ୍ତର୍ଭୁକ୍ତ। ଏଥିରେ ମହିଳା ଏବଂ ଝିଅମାନେ ମାଗଣାରେ ଯାତ୍ରା କରିପାରିବେ। ମଧ୍ୟପ୍ରଦେଶରୁ ରାଜସ୍ଥାନ, ୟୁପି ଏବଂ ଉତ୍ତରାଖଣ୍ଡକୁ ମାଗଣା ବସ୍ ସୁବିଧା ଯୋଗାଇ ଦିଆଯିବ । ମଧ୍ୟପ୍ରଦେଶରେ ଭଉଣୀମାନେ ବସ୍ରେ ମାଗଣାରେ ଯାତ୍ରା କରିବାର ସୁଯୋଗ ପାଇବେ। ଏହାସହ ଯୋଗୀ ସରକାର ରାଜ୍ୟର ମହିଳାମାନଙ୍କୁ ତିନି ଦିନ ପାଇଁ ମାଗଣା ବସ୍ ସେବା ଯୋଗାଇବାକୁ ମଧ୍ୟ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାମାନଙ୍କୁ ତିନି ଦିନ ପାଇଁ ମାଗଣାରେ ବସ୍ ଯାତ୍ରା କରିବାର ସୁଯୋଗ ଦେଇଛନ୍ତି ଏବଂ ସେମାନଙ୍କ ସହିତ ଯାଉଥିବା ସହଯାତ୍ରୀମାନେ ମଧ୍ୟ ମାଗଣା ଯାତ୍ରାର ସୁବିଧା ପାଇପାରିବେ। ଏହି ସେବା ୟୁପିରୁ ଅନ୍ୟ ରାଜ୍ୟକୁ ଯାତ୍ରା କରୁଥିବା ମହିଳାମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ଏହି ସୁବିଧା ୮ ଅଗଷ୍ଟ ସକାଳ ୬ଟାରୁ ଆରମ୍ଭ ହୋଇ ଏବଂ ୧୦ ଅଗଷ୍ଟ ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ।
ଏହାସହ ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ବିହାରରେ ମଧ୍ୟ ମାଗଣା ବସ୍ ସେବା ମିଳିବ ।
ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..



