www.samajalive.in
Friday, December 5, 2025
23.1 C
Bhubaneswar

ରାକ୍ଷୀ ପୂର୍ଣ୍ଣିମା ପାଳନର ସଠିକ ବିଧି

ପବିତ୍ର ବନ୍ଧନ ରକ୍ଷା ବନ୍ଧନ। ଚଳିତ ବର୍ଷ ଏହା ଅଗଷ୍ଟ ୨୬ ତାରିଖରେ ପାଳନ କରାଯିବ। ଶ୍ରାବଣ ମାସର ଶେଷ ଦିନରେ ସ୍ନେହ ଓ ପ୍ରେମର ପର୍ବ ବନ୍ଧନ ରକ୍ଷା ବନ୍ଧନ ପାଳନ କରାଯାଏ। ଏହା ଶୁକ୍ଳ ପକ୍ଷର ପୂର୍ଣ୍ଣିମାରେ ପାଳନ କରାଯାଏ। ଏହି ବର୍ଷ ଏହାର ଶୁଭ ସମୟ ସକାଳ ୫:୨୬ରୁ ଆରମ୍ଭ ହେବ।

କିପରି ପାଳନ କରାଯାଏ ;

- Advertisement -

ସକାଳୁ ସ୍ନାନ କରି ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଶୁଭ ଅଟେ। ଏକ ଥାଳିରେ ଚନ୍ଦନ, ସିନ୍ଦୂର, ହଳଦୀ ମିଶାଇ ଅରୁଆ ଚାଉଳ, ଦୀପ ମିଠା ରଖିବା ଉଚିତ। ଏହା ପରେ ଭଗବାନଙ୍କ ସମ୍ମୁଖରେ ନିଜ ଭାଇର ଶୁଭ ଚନ୍ତା କରି ରାକ୍ଷୀ ବାନ୍ଧିବା ଉଚିତ। ଭାଇଟିଏ ନିଜ ଭଉଣୀର ସର୍ବଦା ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେଇଥାଏ। ଭାଇ –ଭଉଣୀ ବ୍ୟତୀତ ଭକ୍ତ ଭଗବାନଙ୍କୁ, ଛାତ୍ରଛାତ୍ରୀ ନିଜର ପୁସ୍ତକ, କର୍ମଚାରୀ ନିଜର ପ୍ରତିଦିନ ଯାଉଥିôବା କର୍ମକ୍ଷେତ୍ର ସ୍ଥାନରେ, ଗୋପାଳ ନିଜର ଗୋଶାଳାର କାନ୍ଥରେ, ବେପାରୀ ନିଜର ବେପାର ସ୍ଥାନରେ, ଭିନ୍ନ ଭିନ୍ନ ଯନ୍ତ୍ର ରଖିଥିବା ବ୍ୟକ୍ତି ମାନେ ନିଜର ଯନ୍ତ୍ରରେ ରକ୍ଷାର ଧାଗା ବା ରାକ୍ଷୀ ବାନ୍ଧିବା ଉଚିତ। ଏହା ଦ୍ୱାରା ବହୁ ଶୁଭ ଫଳ ମିଳିଥାଏ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories