www.samajalive.in
Monday, December 15, 2025
26.1 C
Bhubaneswar

ରାକ୍ଷୀ ପୂର୍ଣ୍ଣିମା : ଥାଳିରେ ରଖନ୍ତୁ ଏହି ଜିନିଷ ମିଳିବ ବିଶେଷ କୃପା

ରାକ୍ଷୀ ପୂର୍ଣ୍ଣିମାକୁ ଆଉ ଗୋଟିଏ ଦିନ ବାକି। ଏହି ପର୍ବ ଭାଇଭଉଣୀଙ୍କର ଅତୁଟ ପ୍ରେମ ଓ ପରସ୍ପର ପ୍ରତି ସମର୍ପଣର ପ୍ରତୀକ। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। ଏହି ଅବସରରେ ରକ୍ଷା ବନ୍ଧନ ଥାଳିର ଖୁବ ମହତ୍ତ୍ୱ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରକ୍ଷା ବନ୍ଧନ ଥାଳିରେ ଏହି ଜିନିଷ ନିଶ୍ଚୟ ରଖନ୍ତୁ।
ତିଳକ – ନିଜ ରାକ୍ଷୀ ଥାଳିରେ ତିଳକ ନିଶ୍ଚୟ ରଖନ୍ତୁ। ତିଳକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ଭାଇର ମଥାରେ ତିଳକ ଲଗାଇବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଚନ୍ଦନ ମଧ୍ୟ ରଖନ୍ତୁ। ଏହାଦ୍ୱାରା ଭଗବାନ ବିଷ୍ଣୁ ଓ ପ୍ରଭୁ ଗଶେଶଙ୍କ ଆଶୀର୍ବାଦ ମିଳିଥାଏ। ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ଅକ୍ଷତ – ହିନ୍ଦୁ ପୂଜାରେ ଅକ୍ଷତର ବ୍ୟବହାର ବିଶେଷ ଭାବେ କରାଯାଇଥାଏ। ଚାଉଳରେ ସିନ୍ଦୂର ମିଶାଇ ତିଳକ ସହ ମିଶାଇ ଲଗାନ୍ତୁ। ଏହାଦ୍ୱାରା ଭଗବାନ ରାମ ଓ ଶିବଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ରାକ୍ଷୀ ବିନା ଏହି ପର୍ବ ସମ୍ପୂର୍ଣ୍ଣ ନୁହେଁ। ଥାଳିରେ ରେଶମୀ ସୂତାର ରାକ୍ଷୀ ନିଶ୍ଚୟ ରଖନ୍ତୁ। ଭାଇଙ୍କ ହାତରେ ବାନ୍ଧିବା ପୂର୍ବରୁ ଭଗବାନଙ୍କ ନିକଟରେ ନିଶ୍ଚୟ ରଖନ୍ତୁ। ଏହା ଦ୍ୱାରା ଭାଇଭଉଣୀଙ୍କ ମଧ୍ୟରେ ସର୍ବଦା ସ୍ନେହ ରହିଥାଏ।
ରାକ୍ଷୀ ଥାଳିରେ ଦୀପ ନିଶ୍ଚୟ ରଖନ୍ତୁ। ଦୀପର ଉଜ୍ଜ୍ୱଳତା ଭଳି ଜୀବନରେ ମଧ୍ୟ ଏହା ଆଲୋକ ଭରି ଦେଇଥାଏ। ପ୍ରଥମେ ଭାଇଙ୍କୁ ଆଳତୀ କରି ରାକ୍ଷୀ ବାନ୍ଧନ୍ତୁ।

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories