ରାଜ୍ୟସଭା ସାଂସଦଙ୍କ ନୈଶ୍ୟ ଭୋଜି କାର୍ଯ୍ୟକ୍ରମ ବାତିଲ

0

ନୂଆଦିଲ୍ଲୀ : ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଦ୍ୱାରା ସାଂସଦଙ୍କ ପାଇଁ ବୁଧବାର ସନ୍ଧ୍ୟାରେ ଆହୁତ ନୈଶ ଭୋଜିକୁ ବାତିଲ କରିଦିଆଯାଇଛି । ଭେଙ୍କେୟା ନାଇଡୁ ନିଜେ ଏହି ନୈଶ ଭୋଜିକୁ ବାତିଲ କରିଦେଇଛନ୍ତି । ସୂଚନା ଅନସାରେ ନୈଶ୍ୟ ଭୋଜି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିଲା । ଏନେଇ ନାଇଡୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟସଭାରେ ବିରୋଧୀ ଦଳ ନେତା ଓ ଶାସକ ଦଳ ନେତାଙ୍କ ସହ କଥାବାର୍ତ୍ତା କରିସାରିଥିଲେ । ନିମନ୍ତ୍ରଣ ପତ୍ର ବି ପ୍ରସ୍ତୁତ ହୋଇଥିଲା। ନାଇଡୁ ଆଶା କରିଥିଲେ ଯେ ମଙ୍ଗଳବାର ସୁଦ୍ଧା ଗୃହର କାର୍ଯ୍ୟ ସ୍ୱଭାବିକ ଭାବେ ଚାଲିବ । ଏହାପରେ ବୁଧବାର ସନ୍ଧ୍ୟାରେ ସାଂସଦଙ୍କ ନୈଶ୍ୟ ଭୋଜିର ଆୟୋଜନ କରାଯିବ । ମାତ୍ର ବିରୋଧୀ ଦଳର ନେତାମାନେ ହୋହଲ୍ଲା କରି ଗୃହ କାର୍ଯ୍ୟ ଚାଲିବାକୁ ଦେଇନଥିଲେ । ଫଳରେ ଏଥିରେ ବିରକ୍ତ ହୋଇ ଭେଙ୍କେୟା ନାଇଡ଼ୁ ନୈଶି ଭୋଜି କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି । ନାଇଡୁ ଗୃହ କାର୍ଯ୍ୟ ସ୍ୱଭାବିକ ଭାବେ ନ ଚାଲିବା ପର୍ଯ୍ୟନ୍ତ ଏଭଳି କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବା ସପକ୍ଷରେ ନାହାନ୍ତି । ଏହି ନୈଶ୍ୟ ଭୋଜି ପାଇଁ ଆନ୍ଧ୍ରପ୍ରଦେଶରୁ ସ୍ୱତନ୍ତ୍ର ରୋଷେୟାଙ୍କୁ ଡକାଯାଇଥିଲା ।

Leave A Reply