www.samajalive.in
Friday, December 12, 2025
16.1 C
Bhubaneswar

କରୋନା ପାଇଁ ଘୁଞ୍ଚିଲା ରାଜ୍ୟସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣ ସ୍ଥିତିକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ସ୍ଥଗିତ ରଖିଛନ୍ତି। ଭବିଷ୍ୟତର ସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ନିର୍ବାଚନ ତାରିଖ ସ୍ଥିର କରାଯିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ,  ଗତ ୨୫.୨.୨୦୨୦ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ପାଇଁ ଇସିଆଇ ଘୋଷଣା କରିଥିଲେ। ଏପ୍ରିଲ ୨୦୨୦ରେ ଏସବୁ ଆସନର କାର୍ଯ୍ୟକାଳ ଶେଷ ହେଉଛି। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅର୍ଥାତ ୧୮.୦୩.୨୦୨୦ ସୁଦ୍ଧା ୧୦ଟି ରାଜ୍ୟରେ ୩୭ ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ତେଣୁ ଆସନ୍ତା ୨୬.୩.୨୦୨୦ (ଗୁରୁବାର) ଦିନ ଆନ୍ଧ୍ରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ମେଘାଳୟ ଓ ରାଜସ୍ଥାନର ୧୮ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏସବୁ ରାଜ୍ୟର ରିଟର୍ଣ୍ଣିଂ ଅଫିସରମାନଙ୍କ ଠାରୁ ବର୍ତ୍ତମାନର ସ୍ଥିତି ସଂକ୍ରାନ୍ତରେ ମିଳିଥିବା ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ତେଣୁ ୩୦.୩.୨୦୨୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବା ନିମନ୍ତେ ହୋଇଥିବା ଘୋଷଣା ଏବେ ବିଳମ୍ବିତ ହେବ। କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଦିଶାନିର୍ଦ୍ଦେଶ ଏବଂ କଟକଣା ଜାରି କରାଯାଇଛି। ସାମାଜିକ ଦୂରତା ରକ୍ଷା କରିବା ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ ଇତିମଧ୍ୟରେ ଜନ ସମାଗମ ଏଡ଼ାଇବାକୁ ଲକଡାଉନ ଘୋଷଣା କରିଛନ୍ତି। ଦେଶରେ ଟ୍ରେନ ଓ ବିମାନ ସେବାକୁ ବାତିଲ କରି ଦିଆଯାଇଛି। ଡାକ୍ତରଖାନା, ଟେଲିଯୋଗାଯୋଗ ସେବା, ଔଷଧ ଦୋକାନ, ତେଜରାତି ଦୋକାନ ଆଦିକୁ ବାଦ ଦେଲେ ଅନ୍ୟ ସମସ୍ତ କାରବାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ପ୍ରସଙ୍ଗକୁ ଧ୍ୟାନରେ ରଖି ଜରୁରିକାଳୀନ ଜନସ୍ୱାସ୍ଥ୍ୟ ପରସ୍ଥିତି କାରଣରୁ ନିର୍ବାଚନ ପ୍ରକ୍ରିୟାକୁ ଘୁଞ୍ଚାଇବା ନିମନ୍ତେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି।

- Advertisement -

ଇସିଆଇଙ୍କ ପକ୍ଷରୁ କୁହାଯାଇଛି ଯେ,  ନିର୍ବାଚନ ଅନୁଷ୍ଠିତ ହେଲେ ଅଯଥାରେ ନିର୍ବାଚନ ଅଧିକାରୀ, ରାଜନୈତିକ ଦଳର ପ୍ରତିନିଧି, ସହଯୋଗୀ କର୍ମଚାରୀ ଏବଂ ବିଧାନସଭାଗୁଡ଼ିକର ସଦସ୍ୟମାନଙ୍କ ସମାଗମ ହେବ। ଏହା ସଂକ୍ରମଣ ଆଶଙ୍କା ବଢ଼ାଇବ। ଯାହା ଦେଶରେ ବର୍ତ୍ତମାନ ଦେଖାଦେଇଥିବା ପରିସ୍ଥିତି ଦୃଷ୍ଟିରୁ ଅନୁକୂଳ ନୁହେଁ। ଏହାକୁ ଆଖି ଆଗରେ ରଖି ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୫୩ ଅନ୍ତର୍ଗତ ପ୍ରାପ୍ତ କ୍ଷମତା ଅନ୍ତର୍ଗତ, ଧାରା ୩୦ ଏବଂ ଧାରା ୩୯ର ଉପଧାରା (୧) ଅନୁଯାୟୀ ରାଜ୍ୟସଭା ନିର୍ବାଚନର ଅବଶିଷ୍ଟ ପ୍ରକ୍ରିୟାକୁ ଘୁଞ୍ଚାଇ ଦେବା ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷଣା କରାଯାଇଛି। ତେବେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଘୋଷିତ ପ୍ରାର୍ଥୀଙ୍କ ତାଲିକା ପୂର୍ବପରି ବଳବତ୍ତର ରହିବ ଏବଂ ପରବର୍ତ୍ତୀ ସମୟରେ ଅବଶିଷ୍ଟ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ। ପରିସ୍ଥିତିକୁ ଧ୍ୟାନରେ ରଖି ଭୋଟ ଗ୍ରହଣ ଏବଂ ଗଣତି ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories