www.samajalive.in
Thursday, December 11, 2025
15.1 C
Bhubaneswar

ଆରସିପି ସିଂହ ଜେଡିୟୁର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ

ପାଟନା : ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ସାଂସଦ ଆରସିପି ସିଂହ ବା ରାମଚନ୍ଦ୍ର ପ୍ରସାଦ ସିଂହଙ୍କୁ ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। ବିହାରର ରାଜଧାନୀ ପାଟନାରେ ରବିବାର ସଂଯୁକ୍ତ ଜନତା ଦଳ(ଜେଡିୟୁ) ଜାତୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ନିଷ୍ପତ୍ତି ନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପୂର୍ବତନ ଆଇଏଏସ ଏବଂ ରାଜ୍ୟସଭା ସଦସ୍ୟ ଆରସିପି ସିଂହଙ୍କୁ ପ୍ରଦାନ କରିଛନ୍ତି। ୨୦୧୬ରେ ଶରଦ ଯାଦବ ଦଳ ଛାଡିବା ପରେ ନୀତୀଶ କୁମାର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ।

ଜେଡିୟୁ ନେତା କେ.ସି ତ୍ୟାଗୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ’ନୀତୀଶ କୁମାର ପାର୍ଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଏହି ପଦ ପାଇଁ ଆରସିପି ସିଂହଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଯାହାକୁ ଦୃଷ୍ଟିରେ ରଖି ଆରସିପି ସିଂହ ଆସନ୍ତା ତିନି ବର୍ଷ ପାଇଁ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ନୀତୀଶ କୁମାରଙ୍କ ନିଷ୍ପତ୍ତି ପରେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି।

- Advertisement -

ଏଥିସହ ଅରୁଣାଚଳ ପ୍ରଦେଶର ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ଯୋଗଦେବାକୁ କେ.ସି ତ୍ୟାଗୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ’ଅରୁଣାଚଳରୁ ବିଜେପିରେ ଯୋଗଦେବା ପାଇଁ ଆମର ୬ ଜଣ ବିଧାୟକଙ୍କ ଉପରେ ଆମେ ଅସନ୍ତୋଷ ବ୍ୟକ୍ତ କରୁଛୁ। ମେଣ୍ଟ ରାଜନୀତି ପାଇଁ ଏହା ଏକ ଭଲ ସଙ୍କେତ ନୁହେଁ ବୋଲି ଶ୍ରୀ ତ୍ୟାଗୀ କହିଛନ୍ତି।

କିଏ ନୀତୀଶଙ୍କ ରାଜନୈତିକ ଉତ୍ତରାଧିକାରୀ

ଆରସିପି ସିଂହ ଅର୍ଥାତ୍ ରାମଚନ୍ଦ୍ର ପ୍ରସାଦ ସିଂହ ରାଜ୍ୟସଭାରେ ଜେଡିୟୁ ସଂସଦୀୟ ଦଳର ନେତା ଅଛନ୍ତି । ନୀତୀଶ କୁମାର ନିଜେ ଦଳୀୟ କର୍ମକର୍ତ୍ତାଙ୍କୁ କହିଥିଲେ ଯେ ଆରସିପି ସିଂହ ତାଙ୍କ ପରେ ସବୁକିଛି ଦେଖିବେ। ନୀତୀଶ କୁମାର ଏକ ପ୍ରକାରରେ ଶ୍ରୀ ସିଂହଙ୍କୁ ନିଜର ରାଜନୈତିକଉତ୍ତରାଧିକାରୀ କରିଛନ୍ତି। ଅନ୍ୟ ପକ୍ଷରେ ବିହାର ବିଧାନସଭା ନିର୍ବାଚନର ଶେଷ ପର୍ୟ୍ୟାୟରେ ନୀତୀଶ କୁମାର କହିଥିଲେ ଯେ ଏହା ହେଉଛି ତାଙ୍କର ଶେଷ ନିର୍ବାଚନ। ସେ କହିଛନ୍ତି ଯେ ଶେଷରେ ସବୁ କିଛି ଭଲ ତ ସବୁ ଠିକ୍ ଅଛି।

ଆରସିପି ସିଂହ ନୀତୀଶ କୁମାରଙ୍କ ଘନିଷ୍ଠ
ଆରସିପି ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ବହୁତ ଘନିଷ୍ଠ ବୋଲି ବିବେଚନା କରାଯାଏ ଏବଂ ତାଙ୍କ ସହିତ ଛାଇ ଭଳି ରୁହିଥାନ୍ତି। କୁହାଯାଉଛି ଯେ ନୀତୀଶ କୁମାର, ଆରସିପିଙ୍କ ପରାମର୍ଶ ବିନା କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ। ଆରସିପି କେବଳ ନୀତୀଶଙ୍କ ରାଜନୈତିକ, ରଣନୀତିଜ୍ଞ ତଥା ଶାସନ କ୍ଷେତ୍ରରେ ପରାମର୍ଶଦାତା ନୁହଁନ୍ତି ବରଂ ତାଙ୍କ କୁର୍ମି ସମ୍ପ୍ରଦାୟକୁ ମଧ୍ୟ ପ୍ରତିନିଧିତ୍ବ କରନ୍ତି।
ଏଭଳି ଥିଲା ଆରସିପି ସିଂଙ୍କ ରାଜନୈତିକ ଯାତ୍ରା
ଆରସିପି ସିଂହ ୬ ଜୁଲାଇ ୧୯୫୮ରେ ବିହାରର ନାଳନ୍ଦା ଜିଲ୍ଲାର ମୁସ୍ତାଫାପୁରରେ ଜନ୍ମଗ୍ରହଣ କରିଥିଲେ। ସେ ନାଳନ୍ଦାର ହୁସେନ୍ପୁର ଏବଂ ପାଟନା ସାଇନ୍ସ କଲେଜରୁ ଶିକ୍ଷା ଲାଭ କରିଥିଲେ। ପରେ ସେ ଜେଏନୟୁରେ ପଢିବା ପାଇଁ ଦିଲ୍ଲୀ ଯାଇଥିଲେ। ରାଜନୀତିରେ ଯୋଗଦେବା ପୂର୍ବରୁ ସେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଶ୍ରୀ ସିଂହ ଉତ୍ତରପ୍ରଦେଶ କ୍ୟାଡରର ଜଣେ ଆଇଏଏସ୍ ଥିଲେ। ସେ ରାମପୁର, ବାରବଙ୍କି, ହମିରପୁର ଏବଂ ଫତେହପୁରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories