www.samajalive.in
Sunday, December 14, 2025
23.1 C
Bhubaneswar

ଉପାଧ୍ୟକ୍ଷ ନିର୍ବାଚନ: ବିଜେପି ଚାଲରେ ମାତ୍‍ ଖାଇଲେ ବିରୋଧୀ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‍ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ବିଜୟୀ ହୋଇଛନ୍ତି। ଏହି ଦୌଡ଼ରେ କଂଗ୍ରେସର ବରିଷ୍ଠ ନେତା ତଥା ବିରୋଧୀ ଦଳ ପ୍ରାର୍ଥୀ ବିକେ ହରିପ୍ରସାଦ ଥିଲେ। ତେବେ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠ ମତଦାନ ଆଧାରରେ ହରିବଂଶ ବିଜୟୀ ହୋଇଛନ୍ତି।
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ପ୍ରଚାରର ମଙ୍ଗ ଧରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମୀତ ଶାହ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏମାନଙ୍କ ୩ଜଣଙ୍କ ରଣନୀତିକୁ ଏନଡିଏ ସମେତ ବିପକ୍ଷର ଏକାଧିକ ଦଳର ସମର୍ଥନ ମିଳିଥିଲା। ହରିବଂଶଙ୍କୁ ଏନଡିଏ ବାହାରେ ଥିବା ଦଳଗୁଡ଼ିକ ମଧ୍ୟ ସମର୍ଥନ ଦେବାକୁ ଘୋଷଣା କରିଥିଲେ।
ଏହି ଚୟନ ପ୍ରକ୍ରିୟାକୁ ତର୍ଜମା କଲେ ଏନଡିଏର ସମୟାନୁବର୍ତ୍ତିତା ହିଁ ତାଙ୍କ ପ୍ରାର୍ଥୀଙ୍କୁ ବିଜୟୀ କରିଛି ବୋଲି କୁହାଯାଇ ପାରେ। ରାଜ୍ୟସଭାରେ ଉପାଧ୍ୟକ୍ଷ ପ୍ରାର୍ଥୀ ନିର୍ବାଚନ ପ୍ରକ୍ରିୟା ଘୋଷଣା ହେବା କ୍ଷଣି ଏନଡିଏ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। କିନ୍ତୁ କଂଗ୍ରେସ ଏଥିରେ ବହୁ ପଛରେ ପଡ଼ିଯାଇଥିଲା। ଏପରିକି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଫୋନ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହରିବଂଶଙ୍କୁ ସମର୍ଥନ ପାଇଁ ଆଲୋଚନା କରୁଥିଲେ ସେତେବେଳେ କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ନଥିଲା। କଂଗ୍ରେସର ବିଳମ୍ବିତ ପ୍ରକ୍ରିୟା ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ହାସଲ କରିବାରେ ପ୍ରମୁଖ ସହଯୋଗ କରିଥିଲା କହିଲେ ଭୁଲ ହେବ ନାହିଁ।
ଅପରପକ୍ଷରେ ସମାଜବାଦୀ ପାର୍ଟିର୍ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସର୍ବସମ୍ମତିକ୍ରମେ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ମତବ୍ୟକ୍ତ କରିଛନ୍ତି। ଆମ ଆଦମୀ ପାର୍ଟି ମଧ୍ୟ ନୀତୀଶ କୁମାରଙ୍କ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିବାରେ କୌଣସି ଅସୁବିଧା ନଥିଲା ବୋଲି ମତବ୍ୟକ୍ତ କରିଛନ୍ତି।
ଯେହେତୁ ବିଜେପି ନେତୃତ୍ୱାଧୀନ ଏନଡିଏ ସମର୍ଥନରେ ହରିବଂଶ ଛିଡ଼ା ହେଲେ ତେଣୁ ତାଙ୍କୁ ସମର୍ଥନ ଦେବାକ ଚାହୁଁନ ଥିଲା ଆପ୍‍। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ରାହୁଲ ଗାନ୍ଧି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ସହ ଆଲୋଚନା କରୁ ବୋଲି ଚାହୁଁଥିଲା ଦଳ। କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ଏଭଳି କରି ନଥିଲେ। ଫଳରେ ମତଦାନ ପ୍ରକ୍ରିୟାରୁ ବାହାରେ ରହିବା ଉଚିତ ମଣିଥିଲା ଆପ। ନିର୍ବାଚନ ଜିତିବାକୁ ହେଲେ ୧୨୩ଖଣ୍ଡ ଭୋଟର ଆବଶ୍ୟକତା ଥିବା ବେଳେ କଂଗ୍ରେସ ତଥା ବିରୋଧୀ ଦଳ ପ୍ରାର୍ଥୀ ବହୁ ପଛରେ ପଡ଼ିଯାଇଥିଲେ।
ଅପରପକ୍ଷରେ ସରକାର ଚାହୁଁଥିଲେ ଉପାଧ୍ୟକ୍ଷ ନିର୍ବାଚନ ସମୟରେ ବିରୋଧୀ ଦଳର ଫାଟ ଖୋଲାଖୋଲି ସାମ୍ନାକୁ ଆସୁ। ଏଭଳି ହେଲେ ବିରୋଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମହାମେଣ୍ଟକୁ ବଡ଼ ଧରଣର ଝଟ୍‍କା ଲାଗିବା ସହ ବିଜେପି କର୍ମୀଙ୍କୁ ଉତ୍ସାହିତ କରିବ। ଏହି ଲକ୍ଷ୍ୟରେ ଆମିତ ଶାହ, ନୀତୀଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରଣନୀତି ସଫଳ ହେଲା କହିଲେ ଭୁଲ ହେବ ନାହିଁଁ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories