www.samajalive.in
Friday, December 5, 2025
20.1 C
Bhubaneswar

ଗଳାବାଟ ଦେଇ ଯାଉଥିବା ଟ୍ରକକୁ ରୋକିବାକୁ ଯାଇ ଯୁବକ ମୃତ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ଲାଇଙ୍ଗ ଦେଇ ଗତ ରାତିରେ ଘୋଘଡ ରାସ୍ତା ହୋଇ ରାଜଗାଙ୍ଗପୁର ଯାଉଥିବା ଏକ ଟ୍ରକକୁ ଅଟକାଇବାକୁ ଯାଇ ଟ୍ରକ ଚକ ତଳେ ଚାପି ହୋଇ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଆଜି ସମ୍ପୃକ୍ତ ଅଞ୍ଚଳ ଏବଂ ରାଜଗାଙ୍ଗପୁର ଥାନାରେ ଗ୍ରାମବାସୀ ମାନେ ଏକାଠି ହୋଇ ଅସନ୍ତୋଷ ପ୍ରକାଶ କରିବା ସହିତ କ୍ଷତିପୂରଣ ଦାବି କରିଥିଲେ।

ସୂଚନା ଅନୁଯାୟୀ ଗତ ରାତି ପ୍ରାୟ ୧୧ଟା ପାଖାପାଖି ରାଜଗାଙ୍ଗପୁର ଅଭିମୁଖେ ଆସୁଥିବା ଏକ ଟ୍ରକ ପୁରୁଣା ଲୁହା ନେଇ ବର ପାଲି ଟୋଲଗେଟ ପୂର୍ବରୁ ଲାଇଙ୍ଗ ହୋଇ ଏକ ଗଳା ବାଟ ଦେଇ ଘୋଘଡ ରାସ୍ତାରେ ରାଜଗାଙ୍ଗପୁର ପଟକୁ ଯାଉଥିବା ବେଳେ ବିଳମ୍ବିତ ରାତିରେ ଏହି ସଙ୍କୀର୍ଣ ରାସ୍ତା ଦେଇ ଟ୍ରକ କାହିଁକି ଯାଉଛି ବୋଲି ଘୋଘଡ କୁମାରପଡ଼ାର ତିନି ଜଣ ଯୁବକୁ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଟ୍ରକଟି ଛିଡା ନ ହୋଇ ଦ୍ରୁତ ଗତିରେ ପଳାଉଥିବା ସମୟରେ ଜଗନ୍ନାଥ ନାଏକ (୨୨) ନାମକ ଯୁବକ କୌଣସି ମତେ ଟ୍ରକର ପଛ ଚକରେ ଚାପି ହୋଇ ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

- Advertisement -

ଘଟଣା ପରେ ଅନ୍ୟ ଯୁବକ ମାନେ ଟ୍ରକର ପିଛା କରିଥିଲେ, ମାତ୍ର ଡ୍ରାଇଭର ଟ୍ରକଟିକୁ ସେଠାରୁ ନେଇ ପଦା ଯାମପାଲି ନିକଟରେ ଛିଡା କରି ଫେରାର ହୋଇଯାଇଥିଲା। ଘଟଣା ପରେ ସମ୍ପୃକ୍ତ ଅଂଚଳରେ ଉତ୍ତେଜନା ଦେଖା ଦେଇଥିଲା। ସ୍ଥାନୀୟ ଯୁବକ ମାନେ ଅଭିଯୋଗ କରିଛନ୍ତି ଯେ, ନିୟମିତ ଭାବରେ ଏହି ଗଳା ରାସ୍ତାରେ ରାତି ସମୟରେ ବେଆଇନ ଭାବରେ ଟ୍ରକ ଚଳାଚଳ କରିଥାଏ । ଫଳରେ ଅଳ୍ପ ଦିନରେ ରାସ୍ତା ଗୁଡିକରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ରାସ୍ତା ଖରାପ ହୁଏ। ଏହି ଟ୍ରକରେ ଚୋରାରେ ପୁରୁଣାଲୁହା ଚାଲାଣ ହେଉଥିବାରୁ ଗଳା ବାଟ ବ୍ୟବହାର କରୁଥିଲା ବୋଲି ଗ୍ରାମବାସୀ  ମାନେ ସନ୍ଦେହ କରିଛନ୍ତି। ଘଟଣା ପରେ ସ୍ଥାନୀୟ ନେତା ସୁରେନ୍ଦ୍ର ଦେହୁରୀ, ଜିତୁ ଦାସ ଏବଂ ଅନ୍ୟମାନେ ଥାନା ପହଂଚି ପରିବାର ଏବଂ ଟ୍ରକ ମାଲିକ କଣ୍ଟା ବ୍ୟବସାୟୀ ଚଳତି ସିଂ ର ଭାଇ ସହିତ ଆଲୋଚନା କରିଥିଲେ। ଏକ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପରେ ମୃତକର ଶବ ବ୍ୟବଛେଦ କରାଯାଇଥିଲା। ଏହା ସହିତ ଟ୍ରକର ଇନ୍ସୁରାନ୍ସ କ୍ଳେମ କରି ଆବଶ୍ୟକ ରାଶି ଦେବାର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସୂଚନା ଅନୁଯାୟୀ ଏହି ସଂକୀର୍ଣ୍ଣ ଗଳା ବାଟ ଦେଇ ରାତିରେ ବେଆଇନ ଭାବରେ ଟ୍ରକ ଚଳାଚଳ ଯୋଗୁ କିଛି ବର୍ଷ ମଧ୍ୟରେ ଚାରିଟି ଜୀବନ ଯାଇଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories