ରାଜଗାଙ୍ଗପୁର : ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରସ୍ଥିତ ଶ୍ରୀ ଅରବିନ୍ଦ ଷ୍ଟଡି ସର୍କଲରେ ବ୍ୟାୟାମ କରୁଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଛାତ୍ରଙ୍କ ନାମ ଏମଡି ମୋହାଦିସ ନୌସାଦ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳେ ଶ୍ରୀ ଅରବିନ୍ଦ ଷ୍ଟଡି ସର୍କଲରେ ବ୍ୟାୟାମ କରୁଥିବାବେଳେ ନୌସାଦ ହଠାତ ତଳେ ପଡ଼ିଯାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲାସ୍ଥିତ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



