www.samajalive.in
Sunday, December 7, 2025
18.1 C
Bhubaneswar

ଖୁବ୍ ଶୀଘ୍ର ରୁପେଲି ପରଦାରେ ମହାନ ସେବିକା ନାଇଟିଙ୍ଗେଲ କ୍ରିଷ୍ଣା ଆକାଙ୍କ ଵାୟୋପିକ୍

ଭୁବନେଶ୍ୱର : ଖୁବ ଶୀଘ୍ର ରୁପେଲି ପରଦାରେ ସାମ୍ନାକୁ ଆସିବ ଜଣେ ମହାନ ସେବିକାଙ୍କ ଆତ୍ମଜୀବନୀ ଉପରେ ଏକ ଚଳଚ୍ଚିତ୍ର । ସେ ହେଲେ ଜେ.କ୍ରିଷ୍ଣା କୁମାରୀ । ଅନବରତ ସ୍ବାସ୍ଥ୍ୟ ସେବା ଯୋଗାଇବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୬ ମସିହାରେ ରାଷ୍ଟ୍ରପତିଙ୍କ ଠାରୁ ଶ୍ରେଷ୍ଠ ସେବିକା ଭାବେ ମର୍ଯ୍ୟାଦାଜନକ ସମ୍ମାନ ପାଇଥିବା ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର ବାସିନ୍ଦା ଜେ.କ୍ରିଷ୍ଣା କୁମାରୀଙ୍କ ଆତ୍ମଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ ହୋଇଛି। କୁକୁଡାଖଣ୍ଡିର ନାଇଟିଙ୍ଗଲ ତଥା ‘ଆକା’ ଭାବେ ସଭିଁଙ୍କ ଗହଣରେ ସୁପରିଚିତ କ୍ରିଷ୍ଣାଙ୍କ ଜୀବନୀ ଉପରେ ନିର୍ମାଣ ଏହି ଚଳଚ୍ଚିତ୍ରର ନାମ “ତେଜସ୍ବିନୀ ଦି ରାଡିଆଣ୍ଟ ” ରଖାଯାଇଛି।

୪୨ଟି ଦେଶର ବିଭିନ୍ନ ଭାଗରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହୋଇ ସାରିଲାଣି ଆସନ୍ତା ମାସରେ ଏହା ରୁପେଲି ପରଦାରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି । କୁନାଲ୍ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କ୍ରିଷ୍ଣାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତରେ ସଂଘର୍ଷ ଓ ସଫଳତାକୁ ଚିତ୍ରିତ କରାଯାଇଛି । ଚଳଚ୍ଚିତ୍ର ରିଲିଜ୍ ପରେ ବ୍ୟବସାୟରୁ ଯେଉଁ ଅର୍ଥ ଆଦାୟ ହେବ ଏହାକୁ ସମସ୍ତ ଦୃଷ୍ଟିହୀନ ବିଦ୍ୟାଳୟକୁ ପ୍ରଦାନ କରାଯିବ। ଏହାର ମୁଖ୍ୟ କୁକୁଡାଖଣ୍ଡି ସମେତ ଖୋର୍ଦ୍ଧାର ଆରିକମ ପଞ୍ଚାୟତରେ କରାଯାଇଛି । ସୁଶ୍ରୀ ରଥ ଏଥିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ କୁନା ତ୍ରିପାଠୀ, ପଲ୍ଲବୀ, ଜୟଲକ୍ଷ୍ମୀଙ୍କୁ ଅନ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଖବର କୁକୁଡ଼ା ଖଣ୍ଡିରେ ପ୍ରଚାର ହେବା ପରେ କ୍ରିଷ୍ଣାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ମଦର ଟେରେସାଙ୍କୁ ଜୀବନର ଆଦର୍ଶ ଭାବେ ଗ୍ରହଣ କରିଥିବା କ୍ରିଷ୍ଣା ଏହି ପରିପ୍ରେକ୍ଷୀରେ ନିଜ ପ୍ରତିକ୍ରିୟାରେ କହିଛନ୍ତି,ବହୁତ ଖୁସି ଲାଗୁଛି । ଜୀବନରେ ଅନେକ ସଂଘର୍ଷ କରି ସଫଳତା ପାଇଛି। ଶେଷ ନିଃଶ୍ବାସ ପର୍ୟ୍ୟନ୍ତ ଲୋକଙ୍କ ସେବା ଜାରି ରଖିବି’।

ସୂଚନା ଥାଉକି, ୧୯୮୨ ମସିହାରେ ଅଙ୍ଗନବାଡି କର୍ମୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିବା କ୍ରିଷ୍ଣା ୧୯୮୯ରେ ଏଏନଏମ ଟ୍ରେନିଂ” ହାସଲ କରିଥିଲେ। ୧୯୯୬ ମସିହାରେ ସମିତି ସଭ୍ୟ ଭାବେ ପ୍ରାର୍ଥୀ ହେବାରୁ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଲା । ସମିତିସଭ୍ୟ ଭାବେ ବିଜୟୀ ହୋଇ ସାଢେ ୩ ବର୍ଷ ରହିଥିଲେ। ଏହା ପରେ ସ୍ବାସ୍ଥ୍ୟକର୍ମୀ ଭାବେ ଚାକିରି ମିଳିଥିଲା । ସେଠାରୁ ଇସ୍ତଫା ଦେଇ କନିଷି ସ୍ଵାସ୍ଥ୍ୟକେନ୍ଦ୍ରରେ ନିଷ୍ଠାର ସହ କାମ କଲା ପରେ କୁକୁଡ଼ାଖଣ୍ଡିକୁ ବଦଳି ହୋଇଥିଲା। କ୍ରିଷ୍ଣା ବର୍ତମାନ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନର୍ସ ଭାବେ କାର୍ୟ୍ୟରତ ରହି ରୋଗୀ ସେବା ଜାରି ରଖିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories