ନୂଆ ଜର୍ସିରେ ଖେଳିବ ରାଜସ୍ଥାନ ରୟାଲ୍‌ସ

ଜୟପୁର: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୨ ଚଳିତ ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି। ପ୍ରତିଯୋଗିତାର ପ୍ରଥମ ସଂସ୍କରଣର ବିଜେତା ରାଜସ୍ଥାନ ରୟାଲ୍‌ସ ଚଳିତ ସଂସ୍କରଣରେ ନୂଆ ଜର୍ସିରେ ପଡିଆକୁ ଓହ୍ଲାଇବ। ମଙ୍ଗଳବାର ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଯାଇଛି। ଏଫଏମ୍‌ଏକ୍ସ କିମ୍ବଦନ୍ତୀ ରୋବେଇ ମାଡିସନ ଜର୍ସିର ଡିଜାଇନ୍ ଆରମ୍ଭ କରିଥିଲେ। ଜୟପୁରର ପ୍ରିୟ ଗୋଲାପି ରଙ୍ଗକୁ ଏଥିରେ ସ୍ଥାନ ଦିଆଯାଇଛି। ଏହାଛଡ଼ା ଅଷ୍ଟ୍ରେଲିଆନ ଡେୟାରଡେଭିଲ୍‌ସ ନାଲି ଓ ବାଇଗିଣି ରଙ୍ଗ ଜର୍ସିରେ ସ୍ଥାନ ପାଇଛି। ରାଜସ୍ଥାନ ରୟାଲ୍‌ସର ଘରୋଇ ପଡିଆ ସୱାଇ ମାନସିଂହ ଷ୍ଟାଡ଼ିୟମରେ ଜର୍ସି ଉନ୍ମୋଚିତ ହୋଇଥିଲା। ଦଳର ଅଧିନାୟକ ସଞ୍ଜୁ ସାମସନ, ଯୁଜୁବେନ୍ଦ୍ର ଚହଲ ନୂତନ ଜର୍ସିକୁ ପିନ୍ଧିବା ସହିତ ଶୁଭାରମ୍ଭ କରିଥିଲେ। ଅଧିନାୟକ ସାମସନ କହିଛନ୍ତି ଯେ, ନୂତନ ଜର୍ସିର ଡିଜାଇନ୍‌ ବହୁତ ପ୍ରଭାବିତ କରିଛି। ଯାହା ଦଳର ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ପ୍ରଭାବିତ କରିପାରିବ। ପ୍ରଥମ ଥର ପାଇଁ ଜର୍ସି ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ବହୁତ ଖୁସି ଲାଗୁଛି ବୋଲି ସାମସନ କହିଛନ୍ତି। ରାଜସ୍ଥାନ ରୟାଲ୍‌ସ ମାର୍ଚ୍ଚ ୨୯ରୁ ଆଇପିଏଲ ଅଭିଯାନ ଆରମ୍ଭ କରିବ।

Comments are closed.