www.samajalive.in
Sunday, December 7, 2025
26.1 C
Bhubaneswar

ରାଜସ୍ଥାନ ବାଚସ୍ପତିଙ୍କୁ ପୁଣି ଝଟ୍‌କା; ପାଇଲଟ୍‌ ଗୋଷ୍ଠୀଙ୍କୁ ନୋଟିସ ଉପରେ ହାଇକୋର୍ଟଙ୍କ ରହିତାଦେଶ

ଜୟପୁର: ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପ୍ରସଙ୍ଗରେ ଶୁକ୍ରବାର ହାଇକୋର୍ଟଙ୍କ ରାୟ ବାଚସ୍ପତିଙ୍କୁ ପୁଣି ଏକ ଝଟ୍‌କା ଦେଇଛି। ସୁପ୍ରିମକୋର୍ଟ ଗତକାଲି ବାଚସ୍ପତିଙ୍କ ସ୍ପେଶାଲ ଲିଭ୍‌ ପିଟିଶନ ଉପରେ ଶୁଣାଣି କରି ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେବାକୁ ମନା କରିଦେଇଥିଲେ। ଆଜି ରାଜସ୍ଥାନ ହାଇକୋର୍ଟ ବାଚସ୍ପତି ସି.ପି. ଯୋଶୀଙ୍କ ପକ୍ଷରୁ ସଚିନ ପାଇଲଟ୍‌ ଏବଂ ତାଙ୍କ ଗୋଷ୍ଠୀଙ୍କୁ ଜାରି କରାଯାଇଥିବା ନୋଟିସ ଉପରେ ରହିତାଦେଶ ଜାରି କରିଛନ୍ତି। ଏହା ପାଇଲଟ୍‌ ଗୋଷ୍ଠୀଙ୍କୁ ଆଶ୍ଵସ୍ତ କରିଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଫଳରେ ଏହି ସମାନ ଦିନରେ ଉଭୟ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ।

ସଚିତ ପାଇଲଟ୍‌ ଏବଂ ତାଙ୍କ ସମର୍ଥକ ୧୮ ବିଧାୟକ ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ କଂଗ୍ରେସ ଅଭିଯୋଗ କରିବା ପରେ ବାଚସ୍ପତି ସେମାନଙ୍କୁ ନୋଟିସ ପଠାଇବା ସହିତ କାହିଁକି ଅଯୋଗ୍ୟ​ ଘୋଷିତ ହେବେନାହିଁ ବୋଲି କାରଣ ଦର୍ଶାଇବାକୁ କହିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ପାଇଲଟ୍‌ ଗୋଷ୍ଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶୁକ୍ରବାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ମାମଲାରେ ପକ୍ଷ ରଖାଯିବ।

- Advertisement -

ଅନ୍ୟପଟେ ଗତ ୨୧ ତାରିଖରେ ଶୁଣାଣି ବେଳେ ପାଇଲଟ୍‌ଙ୍କ​‌ ଗୋଷ୍ଠୀ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ବାଚସ୍ପତିଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିର୍ଦେଶକୁ ଚ୍ୟାଲେଞ୍ଜ କରି ବାଚସ୍ପତି ସୁପ୍ରମିକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ ଗୁରୁବାର ସୁପ୍ରିମକୋର୍ଟ ବାଚସ୍ପତିଙ୍କ ପିଟିଶନ ଉପରେ ଶୁଣାଣି କରି ହାଇକୋର୍ଟଙ୍କ ବିଚାର ପ୍ରକ୍ରିୟା ଉପରେ ରହିତାଦେଶ ଦେବାକୁ ମନା କରିଦେଇଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories