ରାଜପୁର ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ରାଜପୁର ସ୍ଥିତ ସର୍ବପୁରାତନ ପୀଠ ମା’ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ନିର୍ଦ୍ଧାରିତ ସମୟ ଅନୁସାରେ ନବାନ୍ନ ଲାଗି ହୋଇଥିଲା । ଏହା ପରେ ଏକାଠି ବସି ପରିବାର ଓ ବନ୍ଧୁ ପରିଜନ ନବାନ୍ନ ଖାଇଥିଲେ । ରାଜପୁର ତତ୍କାଳୀନ ଜମିଦାର ରାୟ ବାହାଦୂର ମଧୁକର ସାଏଙ୍କ ସମୟରୁ ଆରମ୍ଭ ହୋଇଥିବା ପ୍ରାୟ ୩୦୦ ଶହ ବର୍ଷର ପରମ୍ପରା ଆଜି ମଧ୍ୟ ନିଜର ସ୍ଥିତି ବଜାୟ ରଖିଛି । ନୂଆଖାଇ ଅବସରରେ ସକାଳୁ ସମଲେଇ ମନ୍ଦିର ପୂଜକ ରୋହିତ ଭୋଇ ରାଜପୁର ଜମିଦାର ଲାଲ ଗିରିଶ ସାଏ ଓ ଜମିଦାର ବଂଶଜ ପ୍ରମୋଦ ସାଏଙ୍କ ଘରୁ ନୂଆ ଚାଉଳ, କ୍ଷୀର, ଲିଆ ତଥା ନୂଆଖାଇ ପୂଜା ସାମଗ୍ରୀ ଆଦି ଆଣିଥିଲେ। ପୂଜକ ରୋହିତ ଧୁରୁଆ ନୂଆ ଚାଉଳର କ୍ଷୀରି ମନ୍ଦିର ରୋଷ ଘରେ ପ୍ରସ୍ତୁତ କରିବା ପରେ ରାଜ ପୁରୋହିତ ପ୍ରଦୀପ ପାଟଯୋଶୀ ମା’ଙ୍କ ନିକଟରେ ପୂଜା କରି ନୂଆ ଚାଉଳର କ୍ଷୀରି ମା’ଙ୍କୁ ଲାଗି କରିଥିଲେ । ଜମିଦାର ବଂଶଜ ପ୍ରମୋଦ ସାଏ, ଗିରିଶ ସାଏ, ଶୁଭମ ସାଏ, ଆଶିଷ ସାଏ, କୂଳଦୀପ ରାୟ, ଗଦାଧର ରାୟ, ଦିଲିପ ସାଏ ଆଦି ଉପସ୍ଥିତ ରହି ଅଞ୍ଚଳ ବାସୀଙ୍କ ପାଇଁ ଶୁଭକାମନା କରି ମା’ ଙ୍କୁ ଆଳତି ଅର୍ପଣ କରିଥିଲେ । ରୋହିତ ଧୁରୁଆ ଶେଷରେ ମା’ ଙ୍କୁ ଲାଗିଥିବା ଭୋଗ ରାଜପୁର ଗ୍ରାମର ଘରକୁ ଘର ବାଣ୍ଟି ଥିଲେ।

kalyan agarbati

Comments are closed.