www.samajalive.in
Saturday, December 6, 2025
26.1 C
Bhubaneswar

ରଜ ଦୋଳି କଟକଟ : ଆଜି ପବିତ୍ର ରଜ ସଂକ୍ରାନ୍ତି

‘’ରଜ ଦୋଳି କଟକଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ’’
ଆଜି ହେଉଛି ପବିତ୍ର ରଜ ସଂକ୍ରାନ୍ତି। ୩ ଦିନ ଧରି ଖୁବ ହସଖୁସିରେ ଏହାକୁ ପାଳନ କରାଯାଏ। ପ୍ରଥମ ଦିନ ପହିଲି ରଜ , ୨ୟ ଦିନ ରଜ ସଂକ୍ରାନ୍ତି ଓ ୩ୟ ଦିନ ଭୂମି ଦହନ ବା ବସୁମତୀ ସ୍ନାନ। ପ୍ରତ୍ୟେକ ମାସରେ ଗୋଟିଏ ସଂକ୍ରାନ୍ତି ସାଧାରଣ ଭାବେ ପଡ଼ିଥାଏ। ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟ ଏକ ରାଶି ପରିବର୍ତନକୁ ସଂକ୍ରାନ୍ତି କୁହାଯାଏ। ରଜ ସଂକ୍ରାନ୍ତିଙ୍କୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହି ଦିନ ମଧ୍ୟ ପିହିଲି ରଜ ଭଳି କୁମାରୀ କନ୍ୟାମାନେ ସୂର୍ଯ୍ୟଉଦୟ ପୂର୍ବରୁ ସ୍ନାନ କରି ନୂତନ ବସ୍ତ୍ର ପିନ୍ଧିଥାଆନ୍ତି। ହସ୍ତରେ ଚୁଡ଼ି ପାଦରେ ଅଳତା ମଥାରେ ଟିକିଲି ପିନ୍ଧି ରଜ ମଉଜର ମଜା ନେଇଥାଆନ୍ତି। ସଂକ୍ରାନ୍ତି ହୋଇଥିବାରୁ ସାଧାରଣତଃ ଏହି ଦିନ ଆମିଷ ଖିଆଯାଏ ନାହିଁ। ମାତ୍ର ଅନ୍ୟାନ୍ୟ ପିଠାପଣା ଓ ରଜ ପାନ ଖାଇଥାଆନ୍ତି। ପୁରପଲ୍ଲୀରେ ଘରେ ଘରେ ବିଭିନ୍ନ ପ୍ରକାର ପିଠାପଣା ସାଙ୍ଗକୁ ମିଠାର ଆସର ଜମିଛି। କୁଆଁରୀ କନ୍ୟାମାନେ ମିଠାପାନ ଖାଇ ନୂତନ ପୋଷାକ ପିନ୍ଧି , କରୋନା ମହାମାରୀ ପାଇଁ ସଭିଏଁ ଘରେ ରହି ରଜ ପାଳନ କରୁଛନ୍ତି।
ରଜର ୨ୟ ଦିନ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି। ଏହାପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜରେ ନୂତନ ପୋଷାକ, ଭିନ୍ନ ଭିନ୍ନ ସୁଆଦିଆ ପିଠାପଣା ସାଙ୍ଗକୁ ଭଳି କି ଭଳି ଖେଳ ଏହି ପର୍ବର ମହତ୍ୱକୁ ଦ୍ୱିଗୁଣିତ କରି ଦେଇଥାଏ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories