ସଲମନ୍‍-ଇଡ଼ିଅଟ୍‍

0

ଭୁବନେଶ୍ୱର  : ଏଥର ରଜ ମଉଜକୁ ଅଧିକ ଆକର୍ଷଣୀୟ କରିବ ଦୁଇ ଦୁଇଟି ଓଡ଼ିଆ ଚିତ୍ର। ସେଗୁଡ଼ିକ ମଧ୍ୟରେ ରହିଛି ତରଙ୍ଗ ସିନେ ପ୍ରଡକ୍ସନ୍‍ର ‘ସୁନ୍ଦରଗଡ଼ର ସଲମନ୍‍ ଖାଁ’ ଓ ଅକ୍ଷୟ ପରିଜା ପ୍ରଡକ୍ସନ୍‍, ପ୍ରକାଶ ଫିଲ୍ମସ୍‍ ଓ ଜୀ ସାର୍ଥକ୍‍ ପ୍ରଯୋଜିତ ‘ଫୋର୍‍ ଇଡ଼ିଅଟ୍‍ସ।’ ଦୁଇଟି ଯାକ ଚିତ୍ର ୧୩ ତାରିଖ ବୁଧବାର ପ୍ରେକ୍ଷାଳୟକୁ ଆସୁଛି।
‘ସୁନ୍ଦରଗଡ଼..’ ପ୍ରାୟ ୪୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିବାବେଳେ ‘ଫୋର୍‍ ଇଡ଼ିଅଟ୍‍ସ’ ୩୩ରୁ ଅଧିକ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବ। ତରଙ୍ଗର ଚିତ୍ର ‘ସୁନ୍ଦରଗଡ଼ର ସଲମନ୍‍ ଖାନ୍‍’ରେ ବାବୁଶାନ ଓ ଦିବ୍ୟା ନାୟକ ନାୟିକାଭାବେ ଅବତୀର୍ଣ୍ଣ ହୋଇଥିବାବେଳେ ନିର୍ଦେଶନାରେ ଅଛନ୍ତି ଅଶୋକ ପତି। ଅନ୍ୟମାନଙ୍କ ମଧ୍ୟରେ ଏଥିରେ ମିହିର ଦାସ, ବବି ମିଶ୍ର, ପପୁ, ଉଷସୀ ମିଶ୍ର, ସାତ୍ୟକୀ ମିଶ୍ର, ପୁଷ୍ପା ପଣ୍ଡା, କାଳିଆ, ତ୍ରିଭୁବନ ପ୍ରମୁଖ ଅଭିନୟ କରିଛନ୍ତି। ଅଭିଜିତ ମଜୁମଦାରଙ୍କ ସ୍ୱର ସଂଯୋଜନା ଏ ଚିତ୍ରକୁ ସମୃଦ୍ଧ କରିଛି। ସେହିପରି ‘ଫୋର୍‍ ଇଡ଼ିଅଟ୍‍ସ’ର ଆକର୍ଷଣ ସାଜିଛନ୍ତି ସବ୍ୟସାଚୀ, କୁନା ତ୍ରିପାଠୀ, ଆକାଶ, ଏଲିନା, ପୁନମ ମିଶ୍ର, ଲିପ୍ସା ମିଶ୍ର, ଚିତ୍ତ ତ୍ରିପାଠୀ, ସମରେଶ, କେ.କେ ପ୍ରମୁଖ। ଏହାର ନିର୍ଦେଶନାରେ ବସନ୍ତ ସାହୁ ଥିବାବେଳେ ପ୍ରଯୋଜନାରେ ଅଛନ୍ତି ଅକ୍ଷୟ ପରିଜା, ପ୍ରଶାନ୍ତ ବେହେରା ଓ ସୁନୀଲ ଯାଦବ। ଏଥିରେ ସ୍ୱର ସଂଯୋଜନା କରିଛନ୍ତି ପ୍ରେମ୍‍ ଆନନ୍ଦ।

ଶ୍ରୀମନ୍ଦିରରେ ‘ଫୋର୍‍ ଇଡ଼ିଅଟ୍‍ସ ଟିମ୍‍’

ରଜ ଚଳଚ୍ଚିତ୍ର ‘ଫୋର୍‍ ଇଡ଼ିଅଟ୍‍ସ’ର ଟିମ୍‍ ମୁକ୍ତିଲାଭ ପୂର୍ବରୁ ମଙ୍ଗଳବାର ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ଚଳଚ୍ଚିତ୍ରର ସଫଳତା ପାଇଁ ପ୍ରାର୍ଥନା କରିଥିଲେ। ଏଥିରେ ପ୍ରଯୋଜକ, ନିର୍ଦେଶକ, କଳାକାର ଓ ଅନ୍ୟମାନେ ସାମିଲ ଥିଲେ।

Leave A Reply