www.samajalive.in
Sunday, December 7, 2025
14.1 C
Bhubaneswar

ଦକ୍ଷିଣ ଲେବାନନରୁ ଶାନ୍ତି ସୈନ୍ୟ ପ୍ରତ୍ୟାହାର ପାଇଁ ଜାତିସଂଘକୁ ନେତାନ୍ୟାହୁଙ୍କ ପରାମର୍ଶ

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଲେବାନନରୁ ନିଜର ଶାନ୍ତି ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବାକୁ ଜାତିସଂଘକୁ ପରାମର୍ଶ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ସେମାନଙ୍କ ଉପସ୍ଥିତି ଉଭୟ ଜାତିସଂଘ ଅନ୍ତରୀଣ ସୈନ୍ୟ(ୟୁଏନଏପଆଇଏଲ) ଏବଂ ଇସ୍ରାଏଲ ସୈନ୍ୟଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ନେତାନ୍ୟାହୁ କହିଛନ୍ତି। ଅନ୍ୟପଟେ ୟୁଏନଏଫଆଇଏଲ ଏକ ବିବୃତି ଜାରି କରି କହିଚି ଯେ, ଏତେ ଦିନ ମଧ୍ୟରେ ଆମେ ୪ର୍ଥ ଥର ପାଇଁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ)କୁ ଜାତିସଂଘ କର୍ମକର୍ତ୍ତା ଏବଂ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ପ୍ରତ୍ୟେକ ସମୟରେ ଜାତିସଂଘ ପରିସରର ସମ୍ମାନ କରିବାର ଦାୟିତ୍ଵକୁ ସ୍ମରଣ କରାଉଛୁ।

ଏହାପରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ନେତାନ୍ୟାହୁ ଏକ ବାର୍ତ୍ତାରେ କହିଛନ୍ତି ଯେ, ୟୁଏନଏଫଆଇଏଲକୁ ପ୍ରତ୍ୟାହାର କରିବାକୁ ମନା କରିବାର ଅର୍ଥ ସେମାନଙ୍କୁ ହେଜବୋଲ୍ଲା ହାତରେ ଛାଡ଼ିଦେବା, ଯେଉଁମାନେ ଶାନ୍ତି ସୈନ୍ୟ ଏବଂ ଆମ ସୈନ୍ୟଙ୍କ ଜୀବନ ବିପଦରେ ପକାଉଛନ୍ତି। ତେଣୁ ବର୍ତ୍ତମାନର ସମୟ ହେଜବୋଲ୍ଲା ଗଡ଼ ଏବଂ ଯୁଦ୍ଧକ୍ଷେତ୍ରରୁ ଜାତିସଂଘର ଶାନ୍ତି ସୈନ୍ୟଙ୍କୁ ହଟାଇବାର ସମୟ ବୋଲି ନେତାନ୍ୟାହୁ ଜୋର୍‌ ଦେଇ କହିଛନ୍ତି।

- Advertisement -

ସୂଚନାଅନୁସାରେ, ଦକ୍ଷିଣ ଲେବାନନର ବେରୁଟ ସହରରେ ଆଡ୍ଡା ଜମାଇଥିବା ଆତଙ୍କବାଦୀ ସଂଗଠନ ହେଜବୋଲ୍ଲାର ବହୁ ସଂଗଠନ ଉପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ହେଜବୋଲ୍ଲାର ଗୋଟିଏ ପରେ ଗୋଟିଏ ଠିକଣାକୁ ଆଇଡିଏଫ ଧ୍ବଂସ କରିଚାଲିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories