www.samajalive.in
Thursday, December 11, 2025
18.1 C
Bhubaneswar

୧୨ ଯାଏ ବର୍ଷା, ୧୮ ରେ ଲଘୁଚାପ

ଭୁବନେଶ୍ବର : ୧୧ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତର ପଶ୍ଚିମ ଏବଂ ଉତ୍ତର-ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବ ଓଡ଼ିଶା ଉପରେ କିପରି ରହିବ ସୃଷ୍ଟି ପରେ ଆକଳନ କରାଯାଇ ପାରିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଜି ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ୪.୫ କିମି ଯାଏଁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଉପରୋକ୍ତ ଘୂର୍ଣ୍ଣିବଳୟରୁ ଉତ୍ତର ଦକ୍ଷିଣ ସମୁଦ୍ର ପତ୍ତନଠାରୁ ୩.୧ କିମି ଉପରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳ ମଧ୍ୟ ଦେଇ ଦକ୍ଷିଣ ଆନ୍ଧ୍ର ଉପକୂଳ ଯାଏଁ ଏକ ନିମ୍ନ ଚାପରେଖା ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, ନୂଆପଡା ଏବଂ ସୁନ୍ଦରଗଡ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏଣୁ ଉପରୋକ୍ତ ୩ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୋନପୁର,  ବୌଦ୍ଧ,  ନୂଆପଡା,  ବଲାଙ୍ଗୀର,  କଳାହାଣ୍ଡି,  କନ୍ଧମାଳ, ନବରଙ୍ଗପୁର,  ରାୟଗଡା,  କୋରାପୁଟ,  ମାଲକାନଗିରି,  ବରଗଡ,  ଝାରସୁଗୁଡା,  ସୁନ୍ଦରଗଡ,  କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଉପରୋକ୍ତ ୧୫ ଜିଲାକୁ ସତର୍କ ସୂଚନା ଜାରି କରିଛି।

- Advertisement -

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି,  ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ ଭଲ ବର୍ଷା ହେବ। ରାଜ୍ୟର ବାକି ଅଞ୍ଚଳରେ ଗୋଟିଏରୁ ଦୁଇଟି ଜିଲାକୁ ଛାଡି ଦେଲେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ୧୧ରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ୧୩ ତାରିଖ ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହୋଇପାରେ।  ଜୁଲାଇ ୧୮ ବେଳକୁ ବିଶାଖାପଟନମ ଦକ୍ଷିଣରେ ଏକ ଲଘୁଚାପ ସୃଷ୍ଟି ହେବ। ଏହି ଦୁଇଟି ଲଘୁଚାପ ଦ୍ବାରା ଆନ୍ଧ୍ର, ତେଲଙ୍ଗାନା, ମହାରାଷ୍ଟ୍ର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories