www.samajalive.in
Sunday, November 16, 2025
15.1 C
Bhubaneswar

ଉଡ଼ିଲା ଛପର, ଟଳିଲା ଗଛ

ଲମତାପୁଟ : ଲମତାପୁଟରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଘରର ଛପର ପଡି ଯାଇଥିବା ବେଳେ ଗଛ ଟଳି ପଡିଛି। ଅନ୍ୟପଟେ କୁଆ ପଥର ଓ ବର୍ଷା ମାଡରେ ଉଜୁଡି ଯାଇଛି ଗରିବଙ୍କ ଫସଲ। କୋରାପୁଟ ଜିଲା ଲମତାପୁଟ ବ୍ଲକରେ ଶନିବାର ରାତ୍ର ପ୍ରାୟ ୧୦ଟା ସମୟରେ ଆରମ୍ଭ ହୋଇଥିଲା କାଳବୈଶାଖୀର ତାଣ୍ଡବ। କୁଆପଥର ମାଡ ସାଙ୍ଗକୁ ପବନ ଓ ବର୍ଷା ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗି ରହିଥିଲା। ପବନ ବର୍ଷା ଯୋଗୁଁ ଲମତାପୁଟ ବ୍ଲକର ବାଲେଲ ଗ୍ରାମ ପଞ୍ଚାୟତର ଦାଶ୍ରୀପୁଟ ଗାଁରେ ରଇଲା ବାଡାମ, ଦଶୁବା ଦାଶ୍ରୀ, ଗୋପି ଦାଶ୍ରୀ, ସମାରୀ ଦାଶ୍ରୀ, କେଶବ ଦାଶ୍ରୀ, ଗୁପ୍ତ ଦାଶ୍ରୀ, ଅରି ଦାଶ୍ରୀ, ରାମନା ଦାଶ୍ରୀ ଓ ତ୍ରିପତି ଦାଶ୍ରୀଙ୍କ ଘର କାଳବୈଶାଖୀରେ ଭାଙ୍ଗି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ପବନ ବର୍ଷା ଯୋଗୁଁ ଘରର ଆଜବେଷ୍ଟ୍‍ସ ଛପରଗୁଡିକ ଉଡି ଯାଇଥିବା ବେଳେ ଗଛଗୁଡିକ ଭାଙ୍ଗି ଘର ଉପରେ ପଡି ଯାଇଛି। କୁଆ ପଥର ବର୍ଷା ସାଙ୍ଗକୁ ପବନ ଯୋଗୁଁ ଗାଁ ଲୋକେ ଜୀବନ ବିକଳରେ ଅନ୍ୟ ଲୋକଙ୍କ ଘରେ ରାତ୍ରି ଆଶ୍ରୟ ନେଇଛନ୍ତି।
ବର୍ଷା ଯୋଗୁଁ ଧାନ, ମାଣ୍ଡିଆ, ଚାଉଳ ସମେତ ଅନ୍ୟ ସାମମ୍ରୀଗୁଡିକ ମଧ୍ୟ ପାଣିରେ ନଷ୍ଟ ହୋଇଯାଇଛି। ଲୋକଙ୍କୁ ଏବେ ଖାଇବାକୁ ମିଳୁ ନ ଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଗୁନେଇପଡା ପଞ୍ଚାୟତର ପାଙ୍ଗିପୁଟ ଗାଁରେ ମଧ୍ୟ ସମାନ ଅବସ୍ଥା। ଗାଁର ବଳରାମ ହନ୍ତାଲ, ସହଦେବ ଅଇଲଙ୍ଗ, କୃଷ୍ଣ ଖିଲ, ନରେନ୍ଦ୍ର ଖରାଙ୍କ ଘର ଆଜବେଷ୍ଟସଗୁଡିକ ପବନରେ ଉଡିଯାଇଛି। ସେହିପରି ମାଲେଗାଁ, ଦୁଡିପଦର ଗାଁର କିଛି ଲୋକଙ୍କ ଘରର ଛପର ଉଡି ଯିବା ସହ କିଛି ଆଜବେଷ୍ଟସ ଭାଙ୍ଗି ଯାଇଛି। ଲମତାପୁଟ ଅଞ୍ଚଳରେ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଥିବାରୁ ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି। ଏ ନେଇ ମାଛକୁଣ୍ଡ ତହସିଲଦାରଙ୍କୁ ପଚାରିବାରୁ ତଦନ୍ତ ପରେ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories