www.samajalive.in
Saturday, December 6, 2025
26.1 C
Bhubaneswar

ଅଦିନିଆ ବର୍ଷାରେ ଧୋଇ ହୋଇଗଲା କ୍ଷେତ ; ବିଲରେ ପାଣି , ଚିନ୍ତାରେ ଚାଷୀ

ମୋହନା: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ କିଛି ଦିନ ହେଲା ଅଦିନିଆ ଲଗାଣ ବର୍ଷା ଲାଗି ରହିଛି। ଯାହାରି ଫଳରେ ଚାଷୀକୂଳ ଏବେ ଚିନ୍ତାରେ । କେଉଁଠି ଚାଷ ଜମିର ହୁଡା ଭାଙ୍ଗି ଯାଉଛି ତ କେଉଁଠି ଧାନ ତଳି ଧୋଇ ହୋଇ ନଷ୍ଟ ହେଉ ଯାଉଛି। କିଛି ଜାଗାରେ ମକା ଚାଷ ମଧ୍ୟ ନଷ୍ଟ ହୋଇଛି । ମୋହନା ବ୍ଲକର କର୍ଚ୍ଚବାଡ଼ି ପଞ୍ଚାୟତ ଅନ୍ତର୍ଗତକେ.ଶାନ୍ତିନଗର ଗ୍ରାମର ତିନି ପରିବାର କମଳ ନାୟକ, ଦେବେନ୍ଦ୍ର ନାୟକ, ଅଜିତ କୁମାର ନାୟକଙ୍କ ୧୦ ଏକର ଜମିରେ ଜେସିବି ମେସିନ ସାହାଯ୍ୟରେ ୨୦ ହଜାର ଟଙ୍କା ଖର୍ଚ୍ଚ କରି ଚାଷ ଜମି ସମତଳ କରି ହୁଡା ବାନ୍ଧିଥିଲେ। ଡେଙ୍ଗାଓସ୍ଥା ଗ୍ରାମରୁ ୬୦ କିଲୋ ଧାନ ବିହନ କିଣି ତଳି ପକାଇଥିଲେ ହେଲେ ଅଦିନିଆ ବର୍ଷା ଯୋଗୁଁ ସବୁ ସ୍ଵପ୍ନ ଧୂଳିସାତ ହୋଇଗଲା। ବର୍ଷା ପାଣି ଆସି ବିଲ ହୁଡା ଭାଙ୍ଗି ଯିବା ସହ ଚାଷ ଜମିରେ ପାଣି ପଶି ସବୁ ଧାନ ତଳି ଧୋଇ ହୋଇଯାଇଛି। ବର୍ଷା ପାଣି ପଶି ୪ ଏକର ଚାଷ ଜମି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏପରିକି କାଳିଆ ଟଙ୍କା, ଧାନ ବିହନ ଓ ଜମି ସମତଳ କରିବା ପାଇଁ ସରକାରୀ ଅନୁଦାନ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିନି । ଏବେ ପରିବାର ଚ଼ଳାଇବା ସେମାନଙ୍କ ପାଇଁ କାଠିକର ପାଠ ପାଲଟି ଯାଇଛି। ଏଣୁ ତିନି ପରିବାରଙ୍କୁ ସରକାର ଯଦି କୌଣସି ସରକାରୀ ସହାୟତା ଯୋଗାଇ ଦିଅନ୍ତେ ତେବେ ତିନି ପରିବାର ପୁଣି ନିଜ ଜମିକୁ ସଜାଡି ଚାଷ କରି ପରିବାର ପ୍ରତିପୋଷଣ କରିପାରନ୍ତେ ବୋଲି ଦୁଃଖରେ କହିଛନ୍ତି।ଏପରିକି ମୋହନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ମକା ଚାଷ ମଧ୍ୟ ନଷ୍ଟ ହୋଇଛି। ତେଣୁ କୃଷି ବିଭାଗ ପକ୍ଷରୁ ଏହାର ତଦନ୍ତ କରି ଚାଷୀମାନଙ୍କୁ କ୍ଷତି ପୁରଣ ଯୋଗାଇଦେଲେ ଚାଷୀକୂଳ ଉପକୃତ ହୋଇ ପାରନ୍ତେ ବୋଲି ଅଞ୍ଚଳର ଚାଷୀ ଭାଇମାନେ ପ୍ରଶାସନକୁ ନିବେଦନ କରିଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories