www.samajalive.in
Monday, December 8, 2025
24.1 C
Bhubaneswar

ପର୍ବପର୍ବାଣି ପାଇଁ ୩୯୨ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳକୁ ରେଳ ମନ୍ତ୍ରଣାଳୟର ଅନୁମୋଦନ

ଦେଶର ବିଭିନ୍ନ ଅଂଚଳରେ ଆଗାମୀ ଦିନରେ ପର୍ବପର୍ବାଣି ଦୃଷ୍ଟିରୁ ଯାତ୍ରୀମାନଙ୍କୁ ସହଜ ଏବଂ ସୁରକ୍ଷିତ ରେଳ ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ଦେଶରେ ୧୯୬ ଯୋଡି ଫେଷ୍ଟିଭାଲ୍ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ଟ୍ରେନ୍ ଗୁଡିକ ଅକ୍ଟୋବର ୨୦ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ଟ୍ରେନ୍ ଗୁଡିକର ଭଡା ସ୍ୱତନ୍ତ୍ର ଟ୍ରେନ୍ ଗୁଡିକରେ ପ୍ରଚଳିତ ଭଡା ସହ ସମାନ ରହିବ।

ସୂଚନା ଅନୁଯାୟୀ, ରେଳ ବିଭାଗର ମଣ୍ଡଳ ସ୍ଥରୀୟ କାର୍ଯ୍ୟାଳୟ ସର୍ବାଧିକ ତୃତୀୟ ଏସି ଥିବା କୋଚ ସହିତ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେବେ। କରୋନା ମହାମାରୀ ସମୟରେ ଟ୍ରେନରେ ପ୍ରଯୁଜ୍ୟ ନିୟମ ଏହି ଟ୍ରେନ୍ ଗୁଡିକରେ ମଧ୍ୟ ପ୍ରଯୁଜ୍ୟ ହେବ। ମିଳିଥିବା ସୂଚନା ଅନୁଯାୟୀ ଏହି ଟ୍ରେନଗୁଡିକ ମଧ୍ୟରୁ କେତେକ ଦୈନିକ ଚଳାଚଳ କରୁଥିବା ବେଳେ କିଛି ଟ୍ରେନ୍ ସପ୍ତାହର ଏକ ନିର୍ଦ୍ଦିଷ୍ଟ ଦିନରେ ଚାଲିବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories