www.samajalive.in
Saturday, December 6, 2025
19.1 C
Bhubaneswar

ରେଳପଥ ପ୍ରକଳ୍ପ : ବୌଦ୍ଧଜିଲ୍ଲାରେ ଜମିଅଧିଗ୍ରହଣ ହେବ ସଂପୁର୍ଣ୍ଣ

ବୌଦ୍ଧ : ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ ବୌଦ୍ଧଜିଲ୍ଲାରେ ସର୍ବାଧିକ ୧୧୦ କି.ମି. ଦୈର୍ଘ୍ୟ ରେଳପଥ ନିର୍ମାଣ ହେବାକୁ ରହିଛି। ଖୋର୍ଦ୍ଧା, ପୁରୀ, ନୟାଗଡ ଓ ବଲାଙ୍ଗିର ଜିଲ୍ଲାରେ ରେଳପଥ ବିଛାଯାଇ ରେଳ ଚଳାଚଳ କରିସାରିଥିବା ବେଳେ ନୟାଗଡ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଓ ସୁବର୍ଣ୍ଣପୁର ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ସଂପୁର୍ଣ୍ଣ ହୋଇସାରିଛି। ଏହି ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ବୌଦ୍ଧଜିଲ୍ଲାରେ ରେଳ ବିଭାଗ ପକ୍ଷରୁ କାର୍ଯ୍ୟାଳୟ ଖୋଲିବା ପାଇଁ ବୌଦ୍ଧଜିଲ୍ଲା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳବିଭାଗକୁ ପତ୍ରମାଧ୍ୟମରେ ଦାବି କରାଯାଇଛି। ବୌଦ୍ଧଜିଲ୍ଲାରେ ୧୦୫ଗୋଟି ଗ୍ରାମ କଂଟାମାଳର ୯ଗୋଟି ଗ୍ରାମ, ବୌଦ୍ଧ ତହସିଲର ୩୩ଗୋଟି ଗ୍ରାମ, ହରଭଙ୍ଗା ତହସିଲର ୫୬ ଗୋଟି ଗ୍ରାମ ଓ ୭ଗୋଟି ଗ୍ରାମ୍ୟ ଜଙ୍ଗଲ ଜମିଦେଇ ରେଳପଥ ନିର୍ମାଣ ହେବ ବୋଲି ଜଣାପଡିଛି। ହରଭଙ୍ଗା ବ୍ଲକର ୩ଗୋଟି ଗ୍ରାମ ଗୁଣ୍ଡୁରିବେଡା, ସିଂହାଣିବେଡା ଓ ଭଉଁରୀପଥର ଗ୍ରାମରେ ମିଳିତ ସର୍ଭେକାର୍ଯ୍ୟ ଚାଲୁରହିଛି। ବର୍ତ୍ତମାନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତିନିଗୋଟି ତହସିଲର ତହସିଲଦାର ଓ ରେଳ ବିଭାଗ ଭୂ ଅର୍ଜନ ଅଧିକାରୀ ମିଳିତଭାବେ କାର୍ଯ୍ୟ ଆରମ୍ଭ କରିବା ପରେ ୯୮ ଗୋଟି ଗ୍ରାମ ମଧ୍ୟରୁ କଂଟାମାଳ, ବୌଦ୍ଧ ତହସିଲ ଅଧିନରେ ଥିବା ସମସ୍ତ ଘରୋଇ ଜମି ଏବଂ ହରଭଙ୍ଗା ତହସିଲର ଗୁଡପଡା ଗ୍ରାମ ପର୍ଯ୍ୟନ୍ତ ରହିଥିବା ଜମିକୁ ରେଳବିଭାଗକୁ ନଭେମ୍ବର ମାସ ଶେଷ ସୁଦ୍ଧା ହସ୍ତାନ୍ତର କରାଯିବ ଏବଂ ଡିସେମ୍ବର ମାସରେ ସବୁଠାରୁ ଅଧରକ ହିତାଧିକାରୀ ରହିଥିବା ସରସରା ଗ୍ରାମ ଯାହା ମୁଖ୍ୟ ରେଲୱେ ଷ୍ଟେସନର ଜମିମଧ୍ୟ ହସ୍ତାନ୍ତର କରାଯିବ। ଆସନ୍ତା ମାର୍ଚ୍ଚ ମାସ ପୁର୍ବରୁ ସମସ୍ତ ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ସଂପୁର୍ଣ୍ଣ କରାଯାଇ ରେଳବିଭାଗକୁ ଦିଆଯବ ବୋଲି ଭୂ ଅର୍ଜନ ଅଧିକାରୀ ଅମୂଲ୍ୟ କୁମାର ସାହୁ ପ୍ରକାଶ କରିଛନ୍ତି।  ଜିଲ୍ଲାରେ ସରକାରୀ ଜମି ୧୦୮ଗୋଟି ଗ୍ରାମରେ ୭୭୨.୭୬୦ ହେକ୍ଟର ରେଳବିଭାଗକୁ ପୁର୍ବରୁ ଆଡଭାନ୍ସ ପୋଜିସନ ଦିଆଯାଇଥିବାବେଳେ ଉକ୍ତ ବିଭାଗ ଜିଲ୍ଲାପାଳଙ୍କ ଅଧିନରେ ରହିଥିବାରୁ ଏହା ମଧ୍ୟ ତୁରନ୍ତ କାର୍ଯ୍ୟ ସମାପ୍ତ କରି ହସ୍ତାନ୍ତର କରାଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି। ଜଙ୍ଗଲ ବିଭାଗ ଅଧିନରେ ରହିଥିବା ଜମିକୁ ସରକାରୀ ନିୟମ ଅନୁଯାୟୀ ରେଳବିଭାଗକୁ ଦେବା ପୂର୍ବରୁ ସମାନ ପରିମାଣର ଦ୍ୱିଗୁଣିତ ଜମି ଏବଂ ବୃକ୍ଷରୋପଣ ପାଇଁ ଅର୍ଥବ୍ୟବସ୍ଥା କରାଯିବା ପାଇଁ କେନ୍ଦ୍ରର ନିୟମ ରହିଛି। ଜିଲ୍ଲା ଜଙ୍ଗଲ ବିଭାଗ ତରଫରୁ ସମସ୍ତ ତଥ୍ୟ ପୂରଣ କରି କେନ୍ଦ୍ରକୁ ପଠାଇଥିବା ବେଳେ ପୁନର୍ବାର ସେଠାରୁ ପୁନଃ ଯାଂଚ ଓ ସୁଧାର କରି ପଠାଇବାକୁ ନିର୍ଦ୍ଦେଶପତ୍ର ଆସିଥିବା ଜଣାପଡିଛି। ଆସନ୍ତା ମାର୍ଚ୍ଚମାସ ପୁର୍ବରୁ ଜମି ରେଳବିଭାଗକୁ ହସ୍ତାନ୍ତର ହୋଇଯିବ ବୋଲି ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ପ୍ରକାଶ କରିଛନ୍ତି।  ପୂର୍ବତଟ ରେଳପଥ, ଭୂବନେଶ୍ୱର ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମୁତାବକ ତେଲନଦୀ ଉପରେ ଟେଣ୍ଡର ପ୍ରକ୍ରିୟା ସରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଅନ୍ୟ ସେତୁପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁରହିଛି। ଆସନ୍ତା ଆର୍ଥିକ ବର୍ଷରେ ଜମି ହସ୍ତାନ୍ତର ପ୍ରକ୍ରିୟା ସରିଲେ ସୁବର୍ଣ୍ଣପୁର ଠାରୁ ବୌଦ୍ଧ ମୁଖ୍ୟ ରେଳଷ୍ଟେସନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି। ଖୋର୍ଦ୍ଧା ବଲାଙ୍ଗିର ରେଳପଥ ପ୍ରକଳ୍ପରେ ସର୍ବାଧିକ ରେଳପଥ ବୌଦ୍ଧଜିଲ୍ଲାରେ ନିର୍ମାଣ ହେବାକୁ ଥିବାବେଳେ ରେଳବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲାଯାଇ ନ ଥିବାରୁ କାର୍ଯ୍ୟର ଅଗ୍ରଗତି ହୋଇପାରୁନାହିଁ ବୋଲି ସଂପୃକ୍ତ ଅଧିକାରୀମାନେ ପ୍ରକାଶ କରିଛନ୍ତି। ରେଳପଥ ବିହୀନ ବୌଦ୍ଧଜିଲ୍ଲାରେ ଖୋର୍ଦ୍ଧା-ବୌଦ୍ଧ-ବଲାଙ୍ଗୀର ରେଳପଥ ସଂପୁର୍ଣ୍ଣ କରାଯାଇ ଆସନ୍ତା ୨୦୨୩ ମସିହାରେ ରେଳ ଚଳାଚଳ ଶୁଭାରମ୍ଭ ହେଲେ ପଶ୍ଚିମ ଓଡିଶା ସହିତ ପୂର୍ବ ଓଡିଶାର ଗମନାଗମନ କ୍ଷେତ୍ରରେ ଏକ ମାଇଲ ଖୁଂଟ ସ୍ଥାପନ ହୋଇପାରିବ। ସମ୍ବଲପୁର ବ୍ରହ୍ମପୁର ରେଳପଥ ସର୍ଭେ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ତୁରନ୍ତ ସଂପୁର୍ଣ୍ଣ କରାଗଲେ ବୌଦ୍ଧଜିଲ୍ଲା ପୂର୍ବ ଓଡିଶା, ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶା ମଧ୍ୟରେ ଗମନାଗମନ କ୍ଷେତ୍ରରେ କେନ୍ଦ୍ରବିନ୍ଦୁ ହେବବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories