ବିପଦସଙ୍କୁଳ ସ୍ଥାନଗୁଡ଼ିକରେ ପୋତାଗଲା ନୂତନ ବିଦ୍ୟୁତ ଖୁଣ୍ଟ

ରାଇକିଆ: ରାଇକିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟକୁ ବାହାର କରି ନୂତନ ବିଦ୍ୟୁତ ଖୁଣ୍ଟ ପୋତିବା ପ୍ରକ୍ରିୟା ବିଦ୍ୟୁତ ବିଭାଗ ପକ୍ଷରୁ ଆରମ୍ଭ କରାଇଛି। ଏଠାରେ ସୂଚନା ଥାଉ କି, ମୁଖ୍ୟ ରାସ୍ତା କଡ଼ରେ ବିଜୟ ଉଚ୍ଚ ବିଦ୍ୟାଳୟ ଫାଟକ ସମ୍ମୁଖରେ ଏକ ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ ଏବଂ ଅନ୍ୟାନ୍ୟ ସ୍ଥାନରେ ଯାଞ୍ଚ କରିବା ପାଇଁ ‘ସମାଜ’ରେ ଖବର ପ୍ରକାଶ ପାଇଥିଲା। ଏହାପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ଏବଂ ଖବରକୁ ଗୁରୁତର ସହ ନେଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୁହା ଖୁଣ୍ଟିକୁ ବାହାର କରି ନୂତନ ସିମେଣ୍ଟ ଖୁଣ୍ଟ ସ୍ଥାପନ କରିବା ପ୍ରକ୍ରିୟା ଆରମ୍ଭ କରିଛି। ପ୍ରଥମେ ବିପଦସଙ୍କୁଳ ଖୁଣ୍ଟିକୁ ତୁରନ୍ତ ବାହାର କରି ନୂତନ ଖୁଣ୍ଟି ପୋତା ଯାଇଥିଲା। ପରବର୍ତ୍ତୀ ସମୟରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଯାଞ୍ଚ କରିବା ସହ ଖୁଣ୍ଟି ସ୍ଥାପନ ପ୍ରକିୟା ବିଭାଗୀୟ କର୍ମଚାରୀମାନେ ଜାରି ରଖିଛନ୍ତି। ବିଭାଗର ଏହି ପଦକ୍ଷେପକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।
Comments are closed.