www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଆହ୍ୱାନ: ସତ୍‍ ସାହସ ଥିଲେ ଆଗୁଆ ଲୋକସଭା ନିର୍ବାଚନ କରାନ୍ତୁ

ନୂଆଦିଲ୍ଲୀ : ଏଗାରଟି ରାଜ୍ୟରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ଏକାଳୀନ କରିବାକୁ କେନ୍ଦ୍ର ସରକାର ଚଳାଇଥିବା ଯୋଜନା ଉପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସାହସ ଥିଲେ ଲୋକସଭା ଭଙ୍ଗକରି ଚଳିତ ବର୍ଷ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ସହିତ ଆଗୁଆ ସାଧାରଣ ନିର୍ବାଚନ କରିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ୱାନ ଦେଇଛନ୍ତି। ଏଗାରଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଅଟକାଇ ୨୦୧୯ରେ ଲୋକସଭା ନିର୍ବାଚନ ସହିତ କରାଇବା ସାମ୍ବିଧାନିକ ଓ ଆଇନଗତ ଦୃଷ୍ଟିରୁ ସମ୍ଭବ ନୁହେଁ। ଦଳର ସାଧାରଣ ସମ୍ପାଦକ ଅଶୋକ ଗେହଲଟ ଏ ପ୍ରସଙ୍ଗରେ କହିଛନ୍ତି ଯେ ମିଜୋରାମ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭାର ଅବଧି ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେଉଛି ଏବଂ ଏହା ପୂର୍ବରୁ ସେଠାରେ ନିର୍ବାଚନ ହେବାର ସାମ୍ବିଧାନିକ ବିଧିବ୍ୟବସ୍ଥା ରହିଛି। ଏହାକୁ କୌଣସିମତେ ଏଡ଼ାଇ ଦିଆଯାଇପାରିବ ନାହିଁ। ଏକକ ନିର୍ବାଚନ ହେଲେ ସମ୍ବିଧାନ ସଂଶୋଧନ ଆବଶ୍ରକ। ସରକାର ଯଦି ଏହି ୪ରାଜ୍ୟ ସହିତ ଆଗୁଆ ସାଧାରଣ ନିର୍ବାଚନ କରାନ୍ତି; ତେବେ କଂଗ୍ରେସ ଏହାକୁ ସ୍ୱାଗତ କରିବ। ଦଳ ଏଥିପାଇଁ ପ୍ରସ୍ତୁତ ଥିବା ଗେହଲଟ କହିଛନ୍ତି। ଲୋକସଭାକୁ ଭାଙ୍ଗି ଆଗୁଆ ନିର୍ବାଚନ କରାିବା ଦେଶ ପାଇଁ ହିତକର ବୋଲି ସେ ମତ ଦେଇଛନ୍ତି। ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପଛରେ ବିଜେପି ମନ୍ଦ ଉଦ୍ଦେଶ୍ୟ ରହିଥିବା ସେ ଅଭିଯୋଗ କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories