ସମାଜ ଡିଜିଟାଲ ଡେସ୍କ: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ପାଳିରେ ଓ୍ବେଷ୍ଟଇଣ୍ଡିଜ ୧୬୨ ରନ କରିବାରେ ସମର୍ଥ ହୋଇଥିଲା। ଏହା ଜବାବରେ ୨ୟ ଦିନ ସୁଦ୍ଧା ଭାରତ ୫ ଉଇକେଟ ହରାଇ ୪୪୮ ରନ ସଂଗ୍ରହ କରିଛି। ଯାହାଫଳରେ ଭାରତ ୨ୟ ଦିନ ସୁଦ୍ଧା ୨୮୬ ରନରେ ଆଗୁଆ ରହିଛି। କେ.ଏଲ. ରାହୁଲ, ଧ୍ରୁବ ଜୁରେଲ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଶତକୀୟ ଇନିଂସ ବଳରେ ଟିମ ଇଣ୍ଡିଆ ଏକ ବିଶାଳ ସ୍କୋର ଅଭିମୁଖେ ଅଗ୍ରସର ହେଉଛି।
ଓ୍ବେଷ୍ଟ ଇଣ୍ଡିଜ ପ୍ରଥମ ପାଳିରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାରୁ ୧୬୨ ରନରେ ଅଲଆଉଟ ହୋଇଯାଇଥିଲା। ଭାରତୀୟ ବୋଲର ମହମ୍ମଦ ସିରାଜ ୪ଟି ଯଶପ୍ରୀତ ବୁମରା ୩ଟି, କୁଳଦୀପ ଯାଦବ ୨ଟି ଏବଂ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଉଇକେଟ ନେଇଥିଲେ। ପରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। କେ.ଏଲ. ରାହୁ ୧୦୦, ଧ୍ରୁବ ଜୁରେଲ ୧୨୫ ରନ କରିଥିବାବେଳେ ଜାଡେଜା ୧୦୪ ରନ କରି ଅପରାଜିତ ରହିଛନ୍ତି।



