www.samajalive.in
Saturday, December 13, 2025
21.1 C
Bhubaneswar

ଦେଶରେ ପରିବର୍ତ୍ତନର ସମୟ ଆସିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଦେଶରେ ପରିବର୍ତ୍ତନର ସମୟ ଆସିଛି। ଏହି ପରିବର୍ତ୍ତନ ସହ କଂଗ୍ରେସର ଦାୟିତ୍ୱ ବଢିଛି। ତିନି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରହୁଲ ଗାନ୍ଧୀ।
ବିଜୟ ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ଆମେ ବିଜେପିକୁ ହରାଇଛୁ। ଏହା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ବଡ଼ ବିଜୟ। ତେଲଙ୍ଗାନା ଏବଂ ମିଜୋରମରେ ଜିତିଥିବା ଦଳଙ୍କୁ ଅଭିବାଦନ ଜଣାଉଛି। ୩ ବଡ଼ ରାଜ୍ୟରେ କଂଗ୍ରେସର ବାଜିମାତ ହେଉଛି କୃଷକ, କ୍ଷୁଦ୍ର ବ୍ୟବସାୟୀ ଏବଂ ଜନତାଙ୍କ ବିଜୟ। ଏହାସହ ଇଭିଏମ୍‍କୁ ନେଇ କେବଳ ଭାରତରେ ନୁହେଁ ଆମେରିକା ସମେତ ବିଶ୍ୱର ଅନ୍ୟ ଦେଶରେ ବି ପ୍ରଶ୍ନ ଉଠୁଛି ବୋଲି ରାହୁଲ କହିଥିଲେ।
ରାହୁଲ ଗାନ୍ଧୀ ପୁଣିଥରେ ବିରୋଧୀଙ୍କ ଏକତାର ଦାବି କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ଲଢିବେ ବୋଲି ସେ କହିଛନ୍ତି। ଏଥର ୨୦୧୯ ଲୋକସଭା ନିର୍ବାଚନରେ ଜିତିବା ବିଜେପି ପାଇଁ କଷ୍ଟକର ହେବ ବୋଲି ରାହୁଲ କହିଛନ୍ତି। ସେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ପୂରଣ କରିନାହାନ୍ତି ଓ ଯୁବକଙ୍କୁ ନିଯୁକ୍ତି ଦେବାରେ ଅସଫଳ ରହିଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ତିନି ରାଜ୍ୟ ମଧ୍ୟରୁ ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସ ସରକାର ଗଠନର ସ୍ଥିତିରେ ରହିଛି। କେବଳ ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories