www.samajalive.in
Saturday, December 6, 2025
19.1 C
Bhubaneswar

ପାରାଦୀପରେ ଗର୍ଜିବେ ରାହୁଲ, ଚର୍ଚ୍ଚାରେ ରଞ୍ଜୀବ !

କଟକ ..- ଅଖିଳ ଭାରତୀୟ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି । ଜାନୁଆରୀ ୨୫ ତାରିଖରେ ଉପକୂଳବର୍ତ୍ତୀ ଏକ ଜିଲ୍ଲାରେ ସେ ଜନସଭାକୁ ସମ୍ବୋଧିତ କରିବେ । ପାରାଦୀପରେ ରାହୁଲଙ୍କ ଜନସଭା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏହାକୁ ନେଇ ରାଜନୈତିକ ସମୀକରଣ ଆରମ୍ଭ ହୋଇଛି ।

ପୂର୍ବତନମନ୍ତ୍ରୀ ଦାମ ରାଉତ ବିଜେଡିରୁ ବିଦା ହେବା ପରେ ପାରଦୀପକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।  ସେ ନିଜର ନୂଆ ରାଜନୈତିକ ଦଳ ବିଜୁ ସମତାକ୍ରାନ୍ତି ଦଳ ଗଠନ କରିଛନ୍ତି । ଡକ୍ଟର ଦାମ ରାଉତ ନିଜ ଦଳରୁ ପାରାଦୀପରେ ନିର୍ବାଚନ ଲଢି ପାରନ୍ତି । ଆସନ୍ତା ନିର୍ବାଚନରେ ପାରାଦୀପରେ ବିଜେଡି ଅନ୍ୟ ଜଣେ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିପାରେ । ତେବେ ଦାମଙ୍କ ବିରୁଦ୍ଧରେ କଟକ ବାରବାଟୀର ବିଧାୟକ ଦେବାଶୀଷ ସାମନ୍ତରାୟ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଆଲୋଚନା ହେଉଛି । ସେ ବି ଏହା ଭିତରେ ଅନେକ ଥର ପାରାଦୀପ ଗସ୍ତ କରିଛନ୍ତି ।  କଂଗ୍ରେସରୁ ବାପି ସର୍ଖେଲ ପାରାଦୀପ ଆସନ ପାଇଁ ଆଶାୟୀ । ପାରାଦୀପରେ ତାଙ୍କର ବେଶ୍‌ ପ୍ରଭାବ ରହିଛି । ୨୦୧୪ ନିର୍ବାଚନରେ ବାପି ସର୍ଖେଲ କଂଗ୍ରେସର ପ୍ରାର୍ଥୀ ଥିଲେ । ସେ ବିଜେଡିର ପ୍ରାର୍ଥୀ ଦାମ ରାଉତଙ୍କ ଠାରୁ ପରାସ୍ତ ହୋଇଥିଲେ ।ଡକ୍ଟର ଦାମ ରାଉତ ୮୫,୨୦୬ ଭୋଟ୍‌ ପାଇଥିବା ବେଳେ ବାପି ସର୍ଖେଲ  ୪୬,୬୦୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟସ୍ଥାନରେ ରହିଥିଲେ । ତେବେ ଜଗତସିଂପୁର ଜିଲାରେ ରଞ୍ଜୀବ ଓ ଚିରଞ୍ଜୀବ ବିଶ୍ୱାଳଙ୍କର ବେଶ୍‌ ପ୍ରଭାବ ରହିଛି । ଏବେ ଚିରଞ୍ଜୀବ ବିଶ୍ୱାଳ ଜଗତସିଂହପୁରରୁ ବିଧାୟକ ଅଛନ୍ତି । ରଞ୍ଜୀବ ବିଶ୍ୱାଳ ରାଜ୍ୟ ସଭାର ସାଂସଦ ଅଛନ୍ତି ।

- Advertisement -

ରଞ୍ଜୀବ ବିଶ୍ୱାଳ  ପାରାଦୀପରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୧୯୯୬ ଓ ୧୯୯୮ରୁ ଜଗତସିଂପୁରର ଲୋକସଭା ଆସନରୁ ରଞ୍ଜୀବ ବିଜୟ ଲାଭ କରିଥିଲେ । ମାତ୍ର ୧୯୯୯ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ରଞ୍ଜୀବ ବିଶ୍ୱାଳ ବିଜେଡି ପ୍ରାର୍ଥୀ ପଞ୍ଚାନନ କାନୁନଗୋଙ୍କଠାରୁ ହାରି ଯାଇଥିଲେ । ସେହିପରି ୨୦୦୪ରେ ବ୍ରହ୍ମାନନ୍ଦ ପଣ୍ଡାଙ୍କ ଠାରୁ ରଞ୍ଜୀବ ବିଶ୍ୱାଳ ପରାଜିତ ହୋଇଥିଲେ । ୨୦୦୯ ଓ ୨୦୧୪ରେ ରଞ୍ଜୀବ ବିଶ୍ୱାଳ ଲୋକସଭା ପ୍ରାର୍ଥୀ ହୋଇ ନ ଥିଲେ ।

୨୦୧୯ରେ ସେ କଂଗ୍ରେସର ପ୍ରାର୍ଥୀ ହେବା ନେଇ କଳ୍ପନା ଜଳ୍ପନା ଚାଲିଛି । ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବା ବି ଚର୍ଚ୍ଚା ହେଉଛି । ଆସନ୍ତା ନିର୍ବାଚନରେ ସେ ପାରାଦୀପରୁ ପାର୍ଥୀ ହେବା ନେଇ ଆଲୋଚନା ହେଉଛି ।

 

ରାହୁଲ ଗାନ୍ଧୀ ଉପକୂଳ ଓଡ଼ିଶାର କୌଣସି ସ୍ଥାନକୁ ୨୫ ତାରଖରେ ଆସିପାରନ୍ତି । ସେ ପାରାଦୀପ ଆସିବାର ସମ୍ଭାବନା ଅଧିକ ବୋଲି କଂଗ୍ରେସ ମୁଖପାତ୍ର ତଥା  ମିଡିଆସେଲ୍‌ ମୁଖ୍ୟ ସତ୍ୟପ୍ରକାଶ ନାୟକ ସୂଚନା ଦେଇଛନ୍ତି । ରଞ୍ଜୀବ ବିଶ୍ୱାଳ ପାରଦୀପରୁ ପ୍ରାର୍ଥୀ ହେବା ନେଇ ଯେଉଁ ଆଲୋଚନା ହେଉଛି  ତାହା କେବଳ ମାତ୍ରା ଏକ ଚର୍ଚ୍ଚା , କଂଗ୍ରେସର ଅନେକ ଆଶାୟୀ ପ୍ରାର୍ଥୀ ଅଛନ୍ତି । ପ୍ରଦେଶ କଂଗ୍ରେସର ନିଷ୍ପତି ଅନୁସାରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ପ୍ରାର୍ଥୀ କରାଯିବ ବୋଲି ସେ କହିଛନ୍ତି । ପୂର୍ବ ସାଧାରଣ ନିର୍ବାଚନରେ ପ୍ରଦେଶ କଂଗ୍ରେସରେ ଯେପରି ନେତୃତ୍ୱ ପରିବର୍ତ୍ତନ ହୋଇଥିଲା ଏଥର ସେପରି ହେବ ନାହିଁ , ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ ରାଜ୍ୟରେ ନିର୍ବାଚନ ଲଢିବ ବୋଲି ସେ ସୂଚନା ଦେଇଛନ୍ତି ।

ଆଲେଖ୍ୟ – ଜିତ୍‌ ପଟ୍ଟନାୟକ

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories