www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟବିତ୍ତଙ୍କୁ ଋଣର ସୁଧ ଛାଡ଼ ହେଉନାହିଁ, ଶିଳ୍ପପତିଙ୍କୁ ୧୪୫୦୦ କୋଟି ଟିକସ ଛାଡ଼: ରାହୁଳ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧୀ ପୁଣିଥରେ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ପ୍ରାୟ ପ୍ରତିଦିନ କୌଣସି ନା କୌଣସି ପ୍ରସଙ୍ଗ ନେଇ ସେ କେନ୍ଦ୍ର ସରକାରଙ୍କୁ ନିଶାଣ କରୁଛନ୍ତି । ଏବେ ରାହୁଳ ଶିଳ୍ପପତିଙ୍କୁ ଦିଆଯାଇଥିବା ଟିକସ ଛାଡ଼ ପ୍ରସଙ୍ଗ ଉଠାଇ ପୁଣି କେନ୍ଦ୍ର ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି । କେନ୍ଦ୍ର ସରକାରଙ୍କୁ ‘ସୁଟ୍-ବୁଟ୍ ସରକାର’ ଭାବରେ ଅଭିହିତ କରି ସୁପ୍ରିମକୋର୍ଟ ମୋରେଟୋରିୟମ ଅବଧି ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଖପ୍ପା ହୋଇଥିବା ସଂକ୍ରାନ୍ତ ଏକ ଖବରକାଗଜର ରିପୋର୍ଟ ଆଧାରରେ ରାହୁଳ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି ଯେ ୧୪୫୦୦୦୦୦୦୦୦୦୦ ଟଙ୍କାର ଟିକସ ଛାଡ଼ର ଫାଇଦା ବଡ଼ବଡ଼ ବ୍ୟବସାୟୀଙ୍କୁ ପ୍ରଦାନ କରାଗଲା, ମାତ୍ର ମଧ୍ୟମ ବର୍ଗର ଲୋକ ନେଇଥିବା ଋଣର ସୁଧ ଛାଡ଼ କରାଗଲା ନାହିଁ । କାହିଁକି ନା ଏହା ହେଉଛି ସୁଟ୍-ବୁଟ୍ ସରକାର ।

- Advertisement -

ମୋରେଟୋରିୟମ ଅବଧି ବୃଦ୍ଧି ଓ ଇଏମଆଇ ଉପରେ ସୁଧ ନ ନେବା ସଂକ୍ରାନ୍ତ ଏକ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କକୁ ସମାଲୋଚନା କରିଛନ୍ତି । ଏହାକୁ ନେଇ ରାହୁଳ କେନ୍ଦ୍ର ସରକାରଙ୍କୁ ନିଶାଣ କରିଛନ୍ତି । ଏହା ପୂର୍ବରୁ ଟ୍ବିଟରରେ ରାହୁଳ ଗାନ୍ଧୀ ଲେଖିଥିଲେ ଯେ ରିଜର୍ଭ ବ୍ୟାଙ୍କ ସେହି କଥାକୁ ମାନିଛି, ଯେଉଁ କଥା ମୁଁ ବହୁ ପୂର୍ବରୁ ଚେତାବନୀ ଦେଇଥିଲି । ସରକାର ଶିଳ୍ପପତିଙ୍କ ଟିକସ ହ୍ରାସ କରିବା ପରିବର୍ତ୍ତେ ଗରିବ ଲୋକମାନଙ୍କୁ ଟଙକା ଦେବା ଦରକାର। ମାତ୍ର ସ୍ଥିତି ଉପରୁ ନଜର ହଟାଇବା ନିମନ୍ତେ ଗଣମାଧ୍ୟମକୁ ବ୍ୟବହାର କରିବା ଦ୍ବାରା ନାଁ ଗରିବ ଲୋକମାନେ ଉପକୃତ ହେବେ ନା ଦେଶର ଆର୍ଥିକ ସ୍ଥିତି ସୁଧୁରି ପାରିବ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories