www.samajalive.in
Sunday, December 7, 2025
23.1 C
Bhubaneswar

ରାହତ ଫତେ ଅଲୀ ଖାନଙ୍କୁ ଇଡି ନୋଟିସ୍‍

ମୁମ୍ବଇ : ବଲିଉଡ଼ରେ ଖୁବ୍‍ ଲୋକପ୍ରିୟତା ହାସଲ କରିଥିବା ପାକିସ୍ତାନୀ କଣ୍ଠଶିଳ୍ପୀ ରାହତ ଫତେ ଅଲୀ ଖାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ୍‍ ଜାରି କରାଯାଇଛି। ଫେମା(ଫରେନ୍‍ ଏକ୍ସଜେଞ୍ଜ୍‍ ମ୍ୟାନେଜମେଣ୍ଟ୍‍ ଆକ୍ଟ)ର ଉଲଙ୍ଘନ ଅଭିଯୋଗରେ ତାଙ୍କୁ ଏହି ନୋଟିସ୍‍ ପଠାଯାଇଛି। ସୂଚନା ଅନୁସାରେ, କଣ୍ଠଶିଳ୍ପୀଙ୍କ ଉପରେ ଭାରତରେ ବିଦେଶୀ ମୁଦ୍ରା ଚୋରା ଚାଲାଣର ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଆଧାର କରି ଇଡି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରଛି।

ମିଳିଥିବା ଖବର ଅନୁସାରେ, ରାହତ ଫତେ ଅଲୀ ଖାନ୍‍ ଅବୈଧ ଭାବେ ୩,୪୦,୦୦୦ ଡଲାର ଆୟ କରିଛନ୍ତି। ତନ୍ମଧ୍ୟରୁ ୨,୨୫,୦୦୦ ଡଲାର ସେ ଚୋରାଚାଲଣ କରିଥିବା ଜଣାପଡ଼ିଛି। ତେବେ ଯଦି ତଦନ୍ତକାରୀ ରାହତଙ୍କ ଉତ୍ତରରେ ସନ୍ତୁଷ୍ଟ ନହୁଅନ୍ତି ତାଙ୍କୁ ଚୋରାଚାଲାଣ ପରିମାଣର ୩୦୦ ପ୍ରତିଶତ ଜୋରିମାନା ଦେବାକୁ ପଡ଼ିବ ବୋଲି କୁହାଯାଉଛି। ଜୋରିମାନା ନଦେଲେ ତାଙ୍କ ବିରୋଧରେ ଲୁକ୍‍ ଆଉଟ୍‍ ନୋଟିସ୍‍ ଜାରି କରାଯିବ ଓ ଏଥିସହିତ ଭାରତରେ ତାଙ୍କ ଶୋ’ ଉପରେ ନିଷେଧାଦେଶ ଜାରି କରାଯାଇପରେ।

- Advertisement -

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୧୧ରେ ମଧ୍ୟ କଣ୍ଠଶିଳ୍ପୀଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବେଆଇନ ମୁଦ୍ରା ଚାଲାଣ ଅଭିଯୋଗରେ ଧରାଯାଇ ଜେରା କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories