www.samajalive.in
Saturday, December 13, 2025
21.1 C
Bhubaneswar

ଆରଜେଡିକୁ ଝଟକା : ଦଳରୁ ଇସ୍ତଫା ଦେଲେ ରଘୁବଂଶ ପ୍ରସାଦ ସିଂହ

ପାଟନା : ‌ ଅକ୍ଟୋବର-ନଭେମ୍ବର ମାସରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଏକ ବଡ଼ ଧରଣର ଝଟକା ଲାଗିଛି।  ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂହ ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀ ଏମ୍ସ (AIIMS)ରେ ଚିକିତ୍ସିତ ହେଉଛନ୍ତି। ସେ ଆରଜେଡିରୁ ଇସ୍ତଫା ଦେଇଥିବା ସଂପର୍କରେ ନିଜେ ହସ୍ପିଟାଲରୁ ଘୋଷଣା କରିଛନ୍ତି।

ସ୍ୱାସ୍ଥ୍ୟ ଖରାପ ଥିବାରୁ ଡାକ୍ତରମାନେ ରଘୁବଂଶ ପ୍ରସାଦଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରିଛନ୍ତି। AIIMSରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କର ସମସ୍ତ ଚେକଅପ୍ କରାଯାଉଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ଏହି ୭୪ ବର୍ଷ ବୟସ୍କ ରାଜନେତା କିଛି ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ। ପାଟନା AIIMSରେ ଚିକିତ୍ସା ପରେ ସେ ସୁସ୍ଥ ହୋଇ ପରେ ଘରକୁ ଫେରିଥିଲେ। କିନ୍ତୁ ସେ ଦୁର୍ବଳ ଅନୁଭବ କରିବାରୁ ତାଙ୍କୁ  ଦିଲ୍ଲୀ (AIIMS)ରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ସେ ସଂମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି।

- Advertisement -

କିନ୍ତୁ ବାସ୍ତବରେ ରାଜନୈତିକ ଦୃଷ୍ଟିରୁ ଦେଖିଲେ ବୈଶାଳୀର ପୂର୍ବତନ ସାଂସଦ ରାମ ସିଂହ ଆରଜେଡିକୁ ଆସିବାକୁ ଚାହୁଁଛନ୍ତି। ଦଳର ପ୍ରତିଷ୍ଠାତା ସଦସ୍ୟ ଭାବେ ରଘୁବଂଶ ପ୍ରସାଦ ଏହାକୁ ବିରୋଧ କରୁଛନ୍ତି । ତାଙ୍କ ଅସନ୍ତୋଷ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ଦଳର ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ କହିଛନ୍ତି ଯେ ଦଳ ଏକ ସମୁଦ୍ର, ଏଥିରୁ ଗୋଟିଏ ଢାଳ ବା ଲୋଟା ପାଣି ବାହାରି ଗଲେ କିଛି ପ୍ରଭାବ ପଡିବ ନାହିଁ।

ତେବେ ରଘୁବଂଶ ପ୍ରସାଦଙ୍କୁ ଏକ ଢାଳ ବା ଲୋଟା ପାଣି ସହିତ ତୁଳନା କରିବା ନେଇ ବିବାଦ ଉପୁଜିଥିଲା। ଏହି ସମୟରେ, ଯେତେବେଳେ ତେଜ ପ୍ରତାପ ତାଙ୍କ ପିତାଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ, ସେତେବେଳେ ଲାଲୁ ଯାଦବ ତାଙ୍କୁ ରଘୁବଂଶଙ୍କ ବିଷୟରେ ଏପରି ବିବୃତ୍ତି ଦେଇଥିବାରୁ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହିତ ତାଗିଦ କରିଥିଲେ। ସେହିପରି କାର୍ଯ୍ୟ କର୍ତ୍ତାମାନେ ଏହାକୁ ବିରୋଧ କରିବା ପରେ ତେଜସ୍ୱୀ କହିଥିଲେ ଯେ ରାମ ସିଂହଙ୍କୁ ସାମିଲ କରିବା ପାଇଁ ଦଳ ନିଷ୍ପତ୍ତି ନେବ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories