www.samajalive.in
Saturday, December 13, 2025
14.1 C
Bhubaneswar

ରାଫେଲ ବିବାଦକୁ ନେଇ କଂଗ୍ରେସର ହଙ୍ଗାମା:ଜେପିସି ଗଠନ ପାଇଁ ଦାବି

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନର ଶୁକ୍ରବାର ଥିଲା ଶେଷ ଦିନ। ଉକ୍ତ ଦିନରେ ତିନି ତାଲାକ ପରି ଗୁରୁତ୍ୱପୂର୍ଣ୍ଣ ବିଲକୁ ଅନୁମୋଦିତ କରିବାକୁ ଚାହୁଁଥିଲେ ସରକାର। ହେଲେ ରାଫେଲ ବିବାଦକୁ ନେଇ ବିରୋଧୀ ସଂସଦରେ ଆରମ୍ଭ କରିଥିଲା ହୋ-ହଲ୍ଲା। ଏହାକୁ ଭାରତର ରାଜନୈତିକ ଇତିହାସର ସବୁଠାରୁ ବଡ଼ ଦୁର୍ନୀତି ବୋଲି ଅଭିଯୋଗ କରିଥିଲା କଂଗ୍ରେସ। ୟୁପିଏ ଚେୟାରପର୍ସନ ସୋନିଆ ଗାନ୍ଧି ଏଭଳି ବିରୋଧର ନେୃତତ୍ୱ ନେଉଥିବା ଦୃଶ୍ୟମାନ ହୋଇଥିଲା। ସୋନିଆ ଗାନ୍ଧି ବିପକ୍ଷଙ୍କ ସହ ସଂସଦ ପରିସର ବାହାରେ ବିରୋଧ ପ୍ରଦର୍ଶନ କରିଥିବାବେଳେ କଂଗ୍ରେସ ପକ୍ଷରୁ ଏଭଳି ପ୍ରସଙ୍ଗକୁ ସଂସଦ ମଧ୍ୟରେ ମଧ୍ୟ ଉତ୍ଥାପନ କରାଯାଇ ଥିଲା।
ରାଜ୍ୟସଭାରେ ମଧ୍ୟ କଂଗ୍ରେସ ନେତା ଆନନ୍ଦ ଶର୍ମା ଏନଡିଏ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସରକାରଙ୍କ ପକ୍ଷରୁ ବିଜୟ ଗୋଏଲ ଏଭଳି ଅଭିଯୋଗର ଉତ୍ତର ରଖିଥିଲେ। ସଂସଦ ଦେଶର ଗଣତନ୍ତ୍ରକୁ ରକ୍ଷା କରିବା ନିମନ୍ତେ ଆଇନ ପ୍ରସ୍ତୁତ ପାଇଁ ଗଠନ କରାଯାଇଛି। ଏଭଳି ଏକ ମହତ୍ୱପୂର୍ଣ୍ଣ ସ୍ଥାନରେ ଭିତ୍ତିହୀନ ପ୍ରସଙ୍ଗକୁ ନେଇ କାର୍ଯ୍ୟକାଳକୁ ପ୍ରଭାବିତ କରିବା ଉଚିତ ନୁହେଁ ବୋଲି ସେ କହିଥିଲେ। କଂଗ୍ରେସର ହୋ-ହଲ୍ଲା ହେତୁ ବିଜେପି ଅଧ୍ୟକ୍ଷ ଅମୀତ ଶାହ ତାଙ୍କ ଅଭିଭାଷଣ ଅଧାରୁ ବନ୍ଦ କରିଦେଇଥିଲେ। କୃଷକଙ୍କ ସମ୍ପର୍କରେ ଚାଲିଥିବା ଆଲୋଚନା ମଧ୍ୟ ସ୍ଥଗିତ ହୋଇଗଲା। ଶ୍ରୀ ଗୋଏଲ ତାଙ୍କ ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ ନାମରେ ଏଭଳି ଭିତ୍ତିହୀନ ଅଭିଯୋଗ ଆଣିବାର ଅଧିକାର କାହାରି ନାହିଁ ବୋଲି ପ୍ରତ୍ୟାରୋପ କରିଥିଲେ।
ରାଜ୍ୟସଭାରେ ବିପକ୍ଷ ନେତା ଗୁଲାମ ନବୀ ଆଜାଦ ମଧ୍ୟ ସରକାରଙ୍କୁ ଉକ୍ତ ପ୍ରସଙ୍ଗରେ ସମାଲୋଚନା କରିଥିଲେ। ରାଫେଲ ପ୍ରସଙ୍ଗରେ ବିପକ୍ଷ ଦଳକୁ ଥରେ ମଧ୍ୟ ନିଜ ଆଭିମୁଖ୍ୟ ରଖିବାକୁ ସୁଯୋଗ ଦିଆଗଲା ନାହିଁଁ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ହେବା ଉଚିତ ବୋଲି ଆଜାଦ ଦାବି କରିଥିଲେ। ରାଫେଲ ବିଶ୍ୱର ସବୁଠାରୁ ବଡ଼ ଦୁର୍ନୀତି ବୋଲି ଅଭିଯୋଗ କରି ଆଜାଦ ଏଥି ନିମନ୍ତେ ଜେପିସି ଗଠନ କରିବାକୁ ଦାବି କରିଥିଲେ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories