www.samajalive.in
Saturday, December 13, 2025
14.1 C
Bhubaneswar

ବର୍ଷକୁ ଦୁଇ ଥର ନିଟ୍‍ ନିଷ୍ପତ୍ତି ଅନିଶ୍ଚିତ

ନୂଆଦିଲ୍ଲୀ: ବର୍ଷକୁ ଦୁଇ ଥର ନିଟ୍‍ ପ୍ରବେଶିକା ପରୀକ୍ଷା ନିଷ୍ପତ୍ତି ଆପାତତଃ ସ୍ଥଗିତ ରହିପାରେ। ତେଣୁ ୨୦୧୯ରେ ପୂର୍ବପରି ଥରେ ମାତ୍ର ନିଟ୍‍ ପ୍ରବେଶିକା ପରୀକ୍ଷା ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ସେହିଭଳି ନିଟ୍‍ ପରୀକ୍ଷା କେବଳ ଅଫ୍‍ଲାଇନ୍‍ରେ ହିଁ ଅନୁଷ୍ଠିତ ହେବାକୁ ଯାଉଛି।
ସୂଚନାଯୋଗ୍ୟ, ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ୍‍ କଲେଜ୍‍ରେ ଏମ୍‍ବିବିଏସ୍‍ ଓ ଡେଣ୍ଟାଲ୍‍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ନିଟ୍‍)କୁ ବର୍ଷକୁ ଦୁଇ ଥର କରିବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିଲା। ଏଥିସହିତ ବିଭିନ୍ନ ଆଇଆଇଟି ଓ ଆଇଆଇଏମ୍‍ରେ ଯଥାକ୍ରମେ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ ମେନ୍‍) ମଧ୍ୟ ବର୍ଷକୁ ଦୁଇ ଥର କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସମସ୍ତ ପରୀକ୍ଷା ଅନଲାଇନ୍‍ ବା କମ୍ପ୍ୟୁଟର ମାଧ୍ୟମରେ ହିଁ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ, ପ୍ରତିବର୍ଷ ଫେବୃଆରୀ ଓ ମେ ମାସରେ ନିଟ୍‍ ଓ ଜେଇଇ ମେନ୍‍ର ଦୁଇଦୁଇଟି ପରୀକ୍ଷା ଅନ୍‍ଲାଇନ୍‍ ଜରିଆରେ ଅନୁଷ୍ଠିତ ହେବ ଗତ ମାସରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଦେକର ଘୋଷଣା କରିଥିଲେ।
ପରବର୍ତ୍ତୀ ସମୟରେ ଦୁଇ ଦୁଇଥର ଓ କେବଳ ଅନ୍‍ଲାଇନ୍‍ରେ ନିଟ୍‍ ପରୀକ୍ଷା ପ୍ରକ୍ରିୟାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନାପସନ୍ଦ କରିଥିଲା। ଏହି ମର୍ମରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ଚିଠି ଲେଖାଯାଇଥିଲ। ତେଣୁ ଏ ପ୍ରସଙ୍ଗରେ ପୁନର୍ବିଚାର କରିବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଚିନ୍ତା କରୁଛି ବୋଲି ଜଣାପଡ଼ିଛି। ଆସନ୍ତା ସପ୍ତାହରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories