www.samajalive.in
Monday, December 8, 2025
13.1 C
Bhubaneswar

ରାଧାନାଥ ରଥ ଥିଲେ ଯୁଗସ୍ରଷ୍ଟା; କଖଡିରେ ବାବୁଜୀଙ୍କ ଜୟନ୍ତୀ ଉତ୍ସବ ପାଳିତ

ଗୁରୁଡିଝାଟିଆ : ତ୍ୟାଗ, ଉଦାରତା ଓ ମଣିଷ ପଣିଆ ଭାବରେ ପରିପୂର୍ଣ୍ଣ ଥିଲେ ରାଧାନାଥ ରଥ। ସ୍ୱାଧୀନତା ସଂଗ୍ରାମରେ ସୈନିକ ସାଜି ଯେଉଁ ମହାନ ପରାକାଷ୍ଠା ଦେଖାଇଛନ୍ତି ତାହା ଯୁବସମାଜ ପାଇଁ ଉଦାହରଣୀୟ। ତାଙ୍କ ନାମ ଉଚ୍ଚାରଣ କରି କୋଟିପୂଣ୍ୟ ହୋଇଥାଏ। ବାସ୍ତବରେ ରାଧାନାଥ ଥିଲେ ଯୁଗସ୍ରଷ୍ଟା ବୋଲି ଲୋକ ସେବକ ମଣ୍ଡଳର ରାଷ୍ଟ୍ରିୟ ସଂପାଦକ ତଥା ସମାଜର ପ୍ରକାଶକ ଓ ମୁଦ୍ରାକାର ନିରଞ୍ଜନ ରଥ ପ୍ରକାଶ କରିଥିଲେ। କଖଡି ବାବା ବାେ’ଶ୍ୱର ମନ୍ଦିର ପରିଚାଳନା ସମିତି ପକ୍ଷରୁ କଖଡି ମହାନଦୀ ମହାବିଦ୍ୟାଳୟ ପରିସରରେ ବାବୁଜୀ ଙ୍କ ୧୨୪ତମ ଜୟନ୍ତୀ ଉତ୍ସବରେ ଶ୍ରୀ ରଥ କହିଥିଲେ ସତ୍ୟ, ନିର୍ଭୀକ ସମ୍ବାଦ ପରିବେଷଣ କରି ସରକାରଙ୍କୁ ଦୋହଲାଇ ଦେଉଥିଲେ ବାବୁଜୀ। ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ପଟ୍ଟଶିଷ୍ୟ ଭାବରେ ଜୀବନର ଶେଷ ପର୍ଯ୍ୟନ୍ତ ଗୁରୁଙ୍କ ପ୍ରଦର୍ଶିତ ମାର୍ଗରେ ନିଜକୁ ଅନୁପ୍ରାଣିତ କରି ସତ୍ୟ, ନ୍ୟାୟ, ଧର୍ମରେ ଗତି କରି ଅନ୍ୟାୟ, ଅନୀତି ବିରୋଧରେ ଲେଖନୀ ଚଳାଇଥିଲେ। ସାମଗ୍ରିକ ବିକାଶ ବିଶେଷତଃ ଦୁଃଖି ମଣିଷର ବ୍ୟଥା ଓ ବେଦନାକୁ ସରକାର ନିକଟରେ ପହଞ୍ଚାଇ କୋଟି ଓଡିଆଙ୍କ ହୃଦୟକୁ ଜୟ କରିପାରିଥିଲେ ବୋଲି ଶ୍ରୀ ରଥ ମତପ୍ରକାଶ କରିଥିଲେ। ବିଶିଷ୍ଟ ସାହିତ୍ୟିକ ଡଃ ନାରାୟଣ ପଣ୍ଡା ଜୟନ୍ତୀ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଥିଲେ, ରତ୍ନଗର୍ଭା ଆଠଗଡ ମାଟିର ସୁଯୋଗ୍ୟ ଦୟାଦ ଭାବରେ ସ୍ୱପ୍ରତିଭା ବଳରେ ପଦ୍ମଭୂଷଣ ଡଃ ରାଧାନାଥ ରଥ ସମଗ୍ର ଭାରତବର୍ଷରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ବହୁ ଅଭାବୀ ପ୍ରତିଭାଦୀପ୍ତ ମଉଳି ଯିବା ପୂର୍ବରୁ ବାବୁଜୀଙ୍କ ସଂଶର୍ସ୍ପରେ ଆସି ପରଶମଣି ପାଲଟି ଯାଇଥିଲେ। ନବ ଉତ୍କଳର ଅନ୍ୟତମ ବିନ୍ଧାଣୀ ଭାବରେ ପରିଚିତ ଥିବା ବାବୁଜୀ କ୍ଷମତାର ଶୀର୍ଷରେ ପହଞ୍ଚିଥିଲେ ମଧ୍ୟ ନିର୍ଲିପ୍ତ ଥିଲେ। ସମଗ୍ର ଭାରତ ବର୍ଷରେ ସାମ୍ବାଦିକତା ଜଗତର ଭୀସ୍ମ ପୀତାମହ ଭାବରେ ବେଶ ପରିଚିତ ଥିଲେ। ମହାନ ମୁକ୍ତିସଂଗ୍ରାମୀ, ସଂସ୍କାରକ, ଶିକ୍ଷାସଂସ୍କୃତିର ପୃଷ୍ଠପୋଷକ ଓ ବିଶିଷ୍ଟ ସାହ୍ୟିତିକ ଭାବରେ ମଧ୍ୟ ନିଜର କାବିକ୍ୟ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି। ଯୁବ ସମାଜ ବାବୁଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କହିବା ସହ ପ୍ରଜାମଣ୍ଡଳ ଆନ୍ଦୋଳନରେ ବାବୁଜୀଙ୍କୁ କଖଡି ମାଟି ସର୍ବଦା ସହଯୋଗ ଯୋଗାଇ ଦେଇ ନିଜର ଗାରିମା ରଖିପାରିଛି ବୋଲି କହିଥିଲେ।

ଶିକ୍ଷାବିତ୍‍ ରାଜକିଶୋର ଖଟୁଆ +୩ ମହାବିଦ୍ୟାଳୟ ସଂପାଦକ ଫକୀର ଚରଣ ସୀତାରାମ, ଅଧ୍ୟକ୍ଷ ଅଧ୍ୟାପକ ବିକାଶ କୁମାର ଖଟୁଆ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସ୍ଥାନୀୟ ଅଞ୍ଚଳର ଶିକ୍ଷା, ଗମନାଗମନ, କୃଷି, ଜଳସେଚନ କ୍ଷେତ୍ରରେ ନୂତନ ବିପ୍ଲବ ଆଣିଥିଲେ ପଦ୍ମଭୂଷଣ ଡଃ ରାଧାନାଥ ରଥ ବୋଲି କହିବା ସହିତ ଆଠଗଡକୁ ନୂତନ ଭାବରେ ଗଢି ତୋଳିଥିଲେ ବୋଲି କହିଥିଲେ।ଏହି ଅବସରରେ ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ଆୟୁଷ ଡାକ୍ତର ଦୀପକ ରାଜ ଓ ଅବସରପ୍ରାପ୍ତ ଅର୍ଦ୍ଧସାମରିକ ବାହିନୀ ଅଧିକାରୀ ବଂଶୀଧର ଶତପଥିଙ୍କୁ ମଞ୍ଚାସୀନ ମୁଖ୍ୟ ଅତିଥି ଶ୍ରୀ ରଥ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବରେ ସରପଞ୍ଚଙ୍କ ପ୍ରତିନିଧି ବେଣୁଧର ମହାନ୍ତି, ପୂର୍ବତନ ସରପଞ୍ଚ ଭାଗିରଥି ସାହୁ, ଧବଳେଶ୍ୱର ସେବା ସଂସ୍ଥା ସଭାପତି କିରଣ ବିହାରୀ ଖଟୁଆ, ଆଠଗଡ ବିକାଶ ମଞ୍ଚ ସଭାପତି ମାନସ ବସ୍ତିଆ, ଓରନ୍ଦା ପୂର୍ବତନ ସରପଞ୍ଚ ମାଗୁଣୀ ଚରଣ ରାଉତ, ବିଷ୍ଣୁ ଚରଣ ମହାରଣା, ଚନ୍ଦ୍ରଶେଖର ପରିଡା, ରଞ୍ଜନ କୁମାର ମୁଦୁଲି ଓ ପୂର୍ବତନ ସମିତିସଭ୍ୟ ନରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ବାବା ବାେ’ଶ୍ୱର ମନ୍ଦିର ପରିଚାଳନା ସମିତି ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ସାମ୍ବାଦିକ ଶ୍ୱେତକାନ୍ତ ବେହେରା ସଭାକାର୍ଯ୍ୟକୁ ସଂଯୋଜନା କରିଥିଲେ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories