www.samajalive.in
Sunday, December 7, 2025
23.1 C
Bhubaneswar

ଭାରତର କଡା ଜବାବ, ଧର୍ମଭିତ୍ତିକ ପାତରଅନ୍ତର ନ କରୁ ଜାତିସଂଘ

ଜାତିସଂଘ ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ ଏବଂ ଶିଖ ଧର୍ମ ବିରୁଦ୍ଧରେ ଘୃଣା ତଥା ହିଂସାକୁ ସ୍ୱୀକାର କରିବାରେ ବିଫଳ ହେବାପରେ ଭାରତ ମିଳିତ ଜାତିସଂଘକୁ ନିନ୍ଦା କରିଛି ଏବଂ କହିଛି, ଜାତିସଂଘ କେବଳ କିଛି ବଛା ବଛା ନୁହେଁ ସମସ୍ତଙ୍କ ପକ୍ଷ ନେବା ଆବଶ୍ୟକ। ଭାରତ କହିଛି, ଯଦି ପାକିସ୍ତାନ ଭାରତରେ ଧର୍ମ ପ୍ରତି ଘୃଣା ମନୋଭାବରେ ପରିବର୍ତ୍ତନ କରିବା ତେବେ ଭାରତ ଦକ୍ଷିଣ ଏସିଆ ତଥା ଅନ୍ୟାନ୍ୟ ଅଂଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ଚେଷ୍ଟା କରିବ।

ନ୍ୟୁୟର୍କରେ ଜାତିସଂଘ ଦ୍ୱାରା ଆୟୋଜିତ ‘ଶାନ୍ତି ସଂସ୍କୃତି’ ଉପରେ ଏକ ଆଲୋଚନାଚକ୍ରରେ ଯୋଗ ଦେଇ ଭାରତୀୟ ପ୍ରତିନିଧି କହିଛନ୍ତି ଯେ ଭାରତ ୟେହୁଦି, ଇସଲାମ ଏବଂ ଖ୍ରୀଷ୍ଟିଆନ ବିରୋଧୀ କାର୍ଯ୍ୟକୁ ଦୃଢ ନିନ୍ଦା କରିଛି କିନ୍ତୁ ଜାତିସଂଘ ବୌଦ୍ଧ, ହିନ୍ଦୁ ଏବଂ ଶିଖ ଧର୍ମ ବିରୁଦ୍ଧରେ ହିଂସା ଓ ଘୃଣିତ କାର୍ଯ୍ୟକଳାପକୁ ସ୍ୱୀକାର କରିବାରେ ଅସଫଳ ହୋଇଛି।

- Advertisement -

ଭାରତୀୟ ପ୍ରତିନିଧୀ ଆଶିଷ ଶର୍ମା କହିଛନ୍ତି ଯେ ମୌଳବାଦୀଙ୍କ ଦ୍ୱାରା ପ୍ରତୀକାତ୍ମକ ବାମନ ବୁଦ୍ଧ, ଆଫଗାନିସ୍ତାନରେ ଶିଖ ଗୁରୁଦ୍ୱାର ଉପରେ ଆତଙ୍କବାଦୀ ବିସ୍ଫୋରଣ ଯେଉଁଠାରେ ୨୫ ଶିଖ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା ​​ଏବଂ ହିନ୍ଦୁ ଓ ବୌଦ୍ଧ ମନ୍ଦିର ଧ୍ୱଂସ ହେବା ପ୍ରସଙ୍ଗରେ ଭାରତ ଅବିରତ ସ୍ୱର ଉତ୍ତୋଳନ କରିଆସିଛି। ସେ କହିଛନ୍ତି ଯେ ସାମଗ୍ରିକ ଭାବେ ହିନ୍ଦୁ ଧର୍ମର ୧.୨ ବିଲିୟନରୁ ଅଧିକ, ବୌଦ୍ଧ ଧର୍ମର ୫୩୫ ନିୟୁତ ଏବଂ ଶିଖ ଧର୍ମର ପ୍ରାୟ ୩୦ ନିୟୁତ ଅନୁସରଣକାରୀ ଅଛନ୍ତି। ତେଣୁ ସମୟ ଆସିଛି ଯେ ଏହି ଏହି ତିନି ଧର୍ମ ଉପରେ ଆକ୍ରମଣକୁ ଗୁରୁତ୍ୱର ସହ ବିଚାର କରାଯାଉ। ସେ କହିଛନ୍ତି, ସାମ୍ପ୍ରଦାୟିକ ହତ୍ୟାକୁ ଦିଆଯାଇଥିବା ଉତ୍ସାହ ଯୋଗୁଁ ସମାନ ଧର୍ମର ଲୋକମାନେ ମଧ୍ୟ ରକ୍ଷା ପାଇ ନାହାଁନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories