www.samajalive.in
Saturday, December 13, 2025
26.1 C
Bhubaneswar

ଠେକୁଆକୁ ଗିଳି ଧରା ପଡ଼ିଲା ଅଜଗର; ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ଶିକ୍ଷକ

ଠେକୁଆକୁ ସିନା ଗିଳିଦେଲା, ହେଲେ ଆଉ ଆଗକୁ ଯାଇ ପାରିଲା ନାହିଁ । ଜଣେ ବ୍ୟକ୍ତିଙ୍କ ଜମିରେ ଗୁଡ଼େଇ ତୁଡ଼େଇ ହେଉଥିଲା । ଶେଷରେ କିଛି ଲୋକ ସାପଟିକୁ ଦେଖି ସାପ ଧରିବାରେ ଓସ୍ତାଦ ଶିକ୍ଷକ ଦୁର୍ଯୋଧନ ବେହେରାଙ୍କୁ ଖବର ଦେଇଥିଲେ । ଦୁର୍ଯୋଧନ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲେ । ଘଟଣାଟି ଘଟିଛି ମାଲକାନ ଜିଲାର ମାଥିଲି ଅଞ୍ଚଳରେ ।

ଗୁରୁବାର ଦିନ ମାଥିଲି ଠାରୁ ତିନି କିଲୋମିଟର ଦୂର ବାମନଗୁଡାରେ ଏକ ଅଜଗର ସାପ ଜଣଙ୍କ ଜମିରେ ଦେଖିବାକୁ ମିଳିଥିଲା |ସାପଟିକୁ ଲୋକେ କୌଣସି କ୍ଷତି ନ କରି ମାଥିଲି ବନ ବିଭାଗକୁ ଖବର ଦେଇଥିଲେ |ମାଥିଲି ବନାଞ୍ଚଳ ଅଧିକାରୀ ସଦାଶିବ ଚିନ୍ନାରା ତାଙ୍କ ସହଯୋଗୀଙ୍କୁ ଧରି ସେହି ସ୍ଥାନରେ ପହଞ୍ଚିଥିଲେ |ସଙ୍ଗେ ସଙ୍ଗେ ମାଥିଲି ଆଦର୍ଶ ବିଦ୍ୟାଳୟର କଳା ଶିକ୍ଷକ ଦୁର୍ଯ୍ୟଧନ ବେହେରା ଯିଏକି  ସାପ ଧରିବା ପାଇଁ ଓସ୍ତାଦ ତାଙ୍କୁ ଖବର ଦେବା ପରେ ସାପଟିକୁ ଉଦ୍ଧାର କରାଯାଇଥିଲା |ସାପଟି ଠେକୁଆକୁ ଗିଳି ଦେଇଥିବାରୁ ଗୋଟିଏ ଜାଗାରେ ହିଁ ରହି ଯାଇଥିଲା |ସାପଟିର ଲମ୍ବା ସାତ ଫୁଟ ଛଅ ଇଞ୍ଚ   ଓ  ଓଜନ ଆଠ କେଜି ଶହେ ଗ୍ରାମ ଥିଲା |ସାପଟିକୁ ଗୋବିନ୍ଦପାଲି ନିକଟ ସପ୍ତଧlରା ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି | ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳ ଦିନେ ଘଞ୍ଚଜଙ୍ଗଲରେ ପରିପୂର୍ଣ ଥିଲା |ଜଙ୍ଗଲରେ ବାଘ,ଭାଲୁ, ହରିଣ, ବାରହା, ଠେକୁଆ ଇତ୍ୟାଦି ଅନେକ ପ୍ରକାର ଜୀବଜନ୍ତୁ ବାସ କରୁଥିଲେ |ଜଙ୍ଗଲ ହ୍ରାସ ସାଙ୍ଗକୁ ଜୀବଜନ୍ତୁ ଶିକାର ଯୋଗୁଁ ଦିନକୁ ଦିନ ସବୁ ପ୍ରକାର ବନ୍ୟଜନ୍ତୁ ଲୋପ ପାଇବାକୁ ବସିଲାଣି | କାଁଭାଁ ଜଙ୍ଗଲରେ କେଉଁଠି ଭାଲୁ, ଠେକୁଆ, ବିଲୁଆ, ଅଜଗର ସାପ ଦେଖାଯାଉଛନ୍ତି |

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories